Deccan Herald
ନୂଆଦିଲ୍ଲୀ: ଦେଶରେ ନୂଆ କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୯୬କୁ ବୃଦ୍ଧି ପାଇଛି। ଗତକାଲି ନୂଆ କରୋନା ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଥିବା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇନଥିବା ବେଳେ ଆଜି ୬ଜଣଙ୍କୁ ଚିହ୍ନଟ କରାଯାଇଛି। ଜାନୁଆରି ୯ରେ ଏହି ସଂଖ୍ୟା ୯୦ରେ ପହଞ୍ଚିଥିବା ବେଳେ ଜାନୁଆରି ୬ରେ ଦେଶରେ ଏହି ଭାଇରସ୍ ସଂକ୍ରମିତଙ୍କ ସଂଖ୍ୟା ୭୩ ଥିଲା। ଏବେ ଏହି ସଂଖ୍ୟାରେ ବୃଦ୍ଧି ଘଟିଛି। ସମସ୍ତ ସଂକ୍ରମିତଙ୍କୁ ସିଙ୍ଗଲ୍ ରୁମ୍ ଆଇସୋଲେସନ୍ରେ ରଖାଯାଇଛି। ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟମାନେ ମଧ୍ୟ କ୍ବାରାଣ୍ଟିନ୍ରେ ରହିଛନ୍ତି।
ଅନ୍ୟପକ୍ଷରେ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ୧୬,୩୧୧ ଜଣ ସଂକ୍ରମିତଙ୍କୁ ମିଶାଇ ଦେଶରେ ସମୁଦାୟ କୋଭିଡ୍-୧୯ଦ୍ୱାରା ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୧୦,୪୬୬,୫୯୫ରେ ପହଞ୍ଚିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ସୋମବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୬,୩୧୧ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୧୬୧ ମୃତ୍ୟୁ ରେକର୍ଡ କରାଯାଇଛି।
indiatodayଗତ ୨୪ ଘଣ୍ଟାରେ ୧୬୧ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟା ୧,୫୧,୧୬୦ରେ ପହଞ୍ଚିଛି। ଗତ ଦୁଇ ସପ୍ତାହରୁ ଊର୍ଦ୍ଧ୍ୱ ସମୟ ହେବ ଭାରତରେ ଦୈନିକ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟା ୩୦୦ରୁ କମ୍ ରହୁଛି। ଗତ ୨୪ ଘଣ୍ଟାରେ କୋଭିଡ୍-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ୧୬,୯୫୯ ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୧,୦୦,୯୨,୯୦୯। ସମ୍ପ୍ରତି ଦେଶରେ ସୁସ୍ଥତାହାର ୯୬.୪୨% ବୋଲି କେନ୍ଦ୍ର ସରକାର କହିଛନ୍ତି। ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୨, ୨୨,୫୨୬।
‘ଆଇସିଏମ୍ଆର୍’ କହିବା ଅନୁସାରେ, ରବିବାର ସୁଦ୍ଧା ସମଗ୍ର ଦେଶରେ ୧୮,୧୭,୫୫,୮୩୧ଟି ନମୁନା ପରୀକ୍ଷା କରାଯାଇଛି। ଗତକାଲି ପରୀକ୍ଷା ହୋଇଥିବା ନମୁନା ସଂଖ୍ୟା ହେଉଛି ୬,୫୯,୨୦୯।
Follow Us