News India
ନୂଆଦିଲ୍ଲୀ: କରୋନା ଭାଇରସ୍ ବା କୋଭିଡ୍-୧୯ ସମଗ୍ର ବିଶ୍ୱର ୨୦୮ଟି ରାଷ୍ଟ୍ରକୁ ସଂକ୍ରମିତ କରିଥିବା ବେଳେ ଭାରତର ସ୍ଥାନ ୨୮ ତମ ସ୍ଥାନରେ ରହିଛି। ଆଜି (୬ ଅପ୍ରେଲ, ସୋମବାର) ରାତି ୭ଟା ସୁଦ୍ଧା ଦେଶରେ କରୋନା ପଜିଟିଭ୍ଙ୍କ ସଂଖ୍ୟା ୪୨୮୧ରେ ପହଞ୍ଚିଥିବା ବେଳେ ଆଜି ଅପରାହ୍ଣ ୩ଟା ୪୫ ମିନିଟ ସୁଦ୍ଧା ସମଗ୍ର ଦେଶରେ ୯୬,୨୬୪ଟି କରୋନା ନମୁନାକୁ ପରୀକ୍ଷା କରାଯାଇଛି ବୋଲି ଭାରତୀୟ ଭେଷଜ ଗବେଷଣା ପରିଷଦ ବା ଇଣ୍ଡିଆନ୍ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମ୍ଆର) ପକ୍ଷରୁ କୁହାଯାଇଛି।
ଏଥିସହ ଆଜି ସୁଦ୍ଧା ସମଗ୍ର ଦେଶରେ ଥିବା ୧୩୬ଟି ସରକାରୀ ଓ ୫୬ଟି ଘରୋଇ ପରୀକ୍ଷାଗାରରେ କରୋନା ନମୁନା ପରୀକ୍ଷାର ସୁବିଧା ଉପଲବ୍ଧ ରହିଛି। ଏବଂ ଏହି ପରୀକ୍ଷାଗାରରେ ଦୈନିକ ୧୮,୦୦୦ ନମୁନା ପରୀକ୍ଷା କରାଯାଉଛି। ତେବେ, ଆଗାମୀ ଦିନରେ ଏହି ସଂଖ୍ୟାକୁ ଆହୁରି ଅଧିକ ବଢ଼ାଇବା ସହ ଦେଶର ପ୍ରତ୍ୟେକ ଜିଲ୍ଲାରେ କରୋନା ନମୁନା ପରୀକ୍ଷାର ସୁବିଧା ଉପଲବ୍ଧ କରାଇବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ୟମ କରାଯାଉଥିବା କହିଛି ଆଇସିଏମ୍ଆର୍।
Follow Us