କ୍ୟାନସର ସହ ସଂଘର୍ଷ ଭିତରେ ଆଇଏସ୍‌ସି ଦ୍ବାଦଶ ଶ୍ରେଣୀ ପରୀକ୍ଷାରେ ୯୭.୭୫% ନମ୍ବର

କ୍ୟାନସର ସହ ସଂଘର୍ଷ ଭିତରେ ଆଇଏସ୍‌ସି ଦ୍ବାଦଶ ଶ୍ରେଣୀ ପରୀକ୍ଷାରେ ୯୭.୭୫% ନମ୍ବର

ଲକ୍ଷ୍ନୌ : ରବିବାର ଦିନ ଆଇଏସ୍‌ସି ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌର ଜଣେ ଛାତ୍ରୀ ପ୍ରତିମା ତିୱାରୀ ଏହି ପରୀକ୍ଷାରେ ୯୭.୭୫ ପ୍ରତିଶତ ନମ୍ବର ରଖି ପାସ୍‌ କରିଛନ୍ତି। ପ୍ରତିମା କ୍ୟାନସର ସହ ସଂଘର୍ଷ ଭିତରେ ଏଭଳି ସଫଳତା ପାଇପାରିଛନ୍ତି। କ୍ୟାନସର ପାଇଁ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ସମୟରେ ସେ ପାଠ ପଢ଼ୁଥିଲେ।

ପ୍ରତିମା କହିଛନ୍ତି, ଅସୁସ୍ଥତା ପାଇଁ ‌ମୋର ପାଠପଢ଼ାରେ କୌଣସି ନିର୍ଦ୍ଦିଷ୍ଟ ସମୟ ନଥିଲା। ଯେତେବେଳେ ବି ମୁଁ ପାଠ ପଢ଼େ ସମ୍ପୂର୍ଣ୍ଣ ମନ ଲଗାଇ ପାଠ ପଢ଼େ। ପ୍ରତିମା ଡାକ୍ତର ‌ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଗତବର୍ଷ ଅଗଷ୍ଟରେ ପ୍ରତିମା ଲ୍ୟୁ‌କେମିଆରେ ପୀଡ଼ିତ ହୋଇଥିଲେ। ପ୍ରଥମେ ପ୍ରତିମାଙ୍କ ସ୍ବପ୍ନ ଭାଙ୍ଗିଯିବା ଭଳି ଲାଗିଥିଲା। କିନ୍ତୁ ପ୍ରତିମା ହାର୍‌ ମାନିନଥିଲେ। ଚିକିତ୍ସା ସହ ସେ ଅଧ୍ୟୟନ ଜାରି ରଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe