ଦ୍ବିତୀୟ ବିଶ୍ବଯୁଦ୍ଧ ଗଣହତ୍ୟାରୁ ବର୍ତ୍ତିଥିବା ୯୬ ବର୍ଷୀୟ ବୃଦ୍ଧ ଖାରକିଭ୍‌ରେ ନିହତ

Advertisment
ଦ୍ବିତୀୟ ବିଶ୍ବଯୁଦ୍ଧ ଗଣହତ୍ୟାରୁ ବର୍ତ୍ତିଥିବା ୯୬ ବର୍ଷୀୟ ବୃଦ୍ଧ ଖାରକିଭ୍‌ରେ ନିହତ

ଖାରକିଭ୍: ଯୁଦ୍ଧ-ଧ୍ବସ୍ତ ୟୁକ୍ରେନ୍‌ର ଖାରକିଭ୍ ସହରରେ ରୁଷ୍ ସୈନ୍ୟମାନେ ଗୋଳାବର୍ଷା ଜାରି ରଖିବାରୁ ଦ୍ବିତୀୟ ବିଶ୍ବଯୁଦ୍ଧ ଗଣହତ୍ୟାରୁ ବର୍ତ୍ତିଥିବା ୯୬ ବର୍ଷୀୟ ବୃଦ୍ଧ ବୋରିସ ରୋମାନଚେଙ୍କୋଙ୍କର ମୃତ୍ୟୁ ଘଟିଛି।

ସୂଚନାଯୋଗ୍ୟ, ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ରୋମାନଚେଙ୍କୋ ନାଜି ବୁଚେନୱାଲ୍‌ଡ କନ୍‌ସେଣ୍ଟ୍ରେସନ କ୍ୟାମ୍ପରେ ହୋଇଥିବା ଗଣହତ୍ୟାରୁ ବଞ୍ଚିଯାଇଥିଲେ। ଏହାପରେ ଡୋରା-ମିଟ୍ଟେଲବାଉ କନ୍‌ସେଣ୍ଟ୍ରେସନ କ୍ୟାମ୍ପ ଏବଂ ବର୍ଗେନ-ବେଲସେନ କ୍ୟାମ୍ପରୁ ମଧ୍ୟ ସେ ବଞ୍ଚିଯାଇଥିଲେ। ଏହି କ୍ୟାମ୍ପଗୁଡ଼ିକରେ କଏଦିମାନଙ୍କୁ ଖାଦ୍ୟ, ପାନୀୟ ନ ଦେଇ ନିର୍ଯାତନା ଦିଆଯିବା ସହ ଅନେକଙ୍କୁ ହତ୍ୟା କରାଯାଉଥିଲା। ସେ ସମୟରେ ଏକାଧିକ ବାର ହତ୍ୟାରୁ ବର୍ତ୍ତିଥିବା ରୋମାନଚେଙ୍କୋଙ୍କ ଆପାର୍ଟମେଣ୍ଟ ଉପରେ ରୁଷୀୟ ଗୋଳାମାଡ଼ ହେବାରୁ ଘରେ ନିଆଁ ଲାଗିଯିବା ସହ ବୃଦ୍ଧଙ୍କର ମୃତ୍ୟୁ ଘଟିଥିଲା। ରୋମାନଚେଙ୍କୋଙ୍କର ଜନ୍ମ ହୋଇଥିଲା ୧୯୨୬ ମସିହା ଜାନୁଆରି ୨୦ରେ ସୁମି ସହର ନିକଟସ୍ଥ ବଣ୍ଡାରିଠାରେ। ୧୯୪୩ରେ ତାଙ୍କୁ ବୁଚେନୱାଲ୍‌ଡ କନ୍‌ସେଣ୍ଟ୍ରେସନ କ୍ୟାମ୍ପ (ଜେଲ)କୁ ପଠାଯାଇଥିଲା, ଯେଉଁଠି ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ୫୬,୫୪୫ ଜଣଙ୍କୁ ହତ୍ୟା କରାଯାଇଥିଲା। ତବେସେଠାରୁସେ ବର୍ତ୍ତି ଯାଇଥଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe