ତିହାରରୁ ଅନ୍ୟ ଦିଲ୍ଲୀ ଜେଲ୍‌କୁ ୯୯ ଅଧିକାରୀଙ୍କ ବଦଳି

Advertisment
ତିହାରରୁ ଅନ୍ୟ ଦିଲ୍ଲୀ ଜେଲ୍‌କୁ ୯୯ ଅଧିକାରୀଙ୍କ ବଦଳି

ନୂଆଦିଲ୍ଲୀ : ଦିଲ୍ଲୀର ତିହାର ଜେଲ୍‌ରେ ସୁରକ୍ଷାରେ ତ୍ରୁଟି ପାଇଁ ଚିନ୍ତା ପ୍ରକଟ କରି ଦିଲ୍ଲୀ କାରାଗାର ବିଭାଗ ଦ୍ବାରା ୯୯ ଅଧିକାରୀଙ୍କୁ ତିହାର ଜେଲ୍‌ରୁ ଅନ୍ୟ ଜେଲ୍‌କୁ ବଦଳି କରାଯାଇଛି।

ଗତ ସପ୍ତାହରେ ଗ୍ୟାଙ୍ଗଷ୍ଟର ସୁନିଲ ବଲ୍ୟାନ ଓରଫ ଟିଲ୍ଲୁ ତାଜପୁରିୟାକୁ ଜେଲ୍‌ ଭିତରେ ହତ୍ୟା କରାଯାଇଥିଲା। ଜେଲ୍‌ କର୍ମଚାରୀଙ୍କ ଉପସ୍ଥିତିରେ ତାଜପୁରିୟାକୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡ ପରେ ତିହାର ଜେଲ୍‌ରେ ସୁରକ୍ଷା ପ୍ରସଙ୍ଗକୁ ନେଇ ପ୍ରଶ୍ନ ଉଠିଥିଲା। କାରାଗାର ବିଭାଗ ଡିଜି ସଂଜୟ ବେନିୱାଲ ଆଜି ଆଇଟିବିପି,ସିଆରପିଏଫ୍‌ ଏବଂ ତାମିଲନାଡ଼ୁ ସ୍ପେସାଲ ଫୋର୍ସ ଭଳି ସୁରକ୍ଷା ସଂସ୍ଥା ସହ ବୈଠକ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe