ପୁଲିସ କର୍ମଚାରୀଙ୍କୁ କାର୍ ବନେଟରେ ୩୦୦ ମିଟର ଘୋଷାରିନେଲା ଦ୍ୱାଦଶ ଶ୍ରେଣୀ ଛାତ୍ର

Advertisment
ପୁଲିସ କର୍ମଚାରୀଙ୍କୁ କାର୍ ବନେଟରେ ୩୦୦ ମିଟର ଘୋଷାରିନେଲା ଦ୍ୱାଦଶ ଶ୍ରେଣୀ ଛାତ୍ର

ସୁରତ: ଡାଇମଣ୍ଡ ସିଟି ସୁରତରେ ପୁଲିସ ଚେକିଂରୁ ବର୍ତ୍ତିବାକୁ ଚେଷ୍ଟା କରୁଥିବା ଜଣେ ୧୯ ବର୍ଷୀୟ ଦ୍ୱାଦଶ ଶ୍ରେଣୀ ଛାତ୍ର ଜଣେ ପୁଲିସ କର୍ମଚାରୀଙ୍କୁ କାର୍‌ର ବନେଟରେ ପ୍ରାୟ ୩୦୦ ମିଟର ପର୍ଯ୍ୟନ୍ତ ଟାଣିନେଇ ଚକ ତଳେ ଦଳିଦେବାକୁ ଚେଷ୍ଟା କରିଥିଲା। ରବିବାର ବିଳମ୍ବିତ ରାତିରେ କଟରଗାମର ଏକ ଟିମ୍ ଅଲକାପୁରୀ ପୋଲ ତଳେ ଯାନବାହନ ଯାଞ୍ଚ କରୁଥିବା ବେଳେ ପୁଲିସ କର୍ମୀ ଗୌତମ ଯୋଶୀ ଏକ ନମ୍ବର ପ୍ଲେଟ୍ ବିହୀନ କାର୍ ଦେଖିଥିଲେ। ସେ ଡ୍ରାଇଭରକୁ ଅଟକିବା ପାଇଁ କହିବା ପରେ ହେମରାଜ ବଢ଼ିଆ ନାମକ ଏହି ଯୁବକ ଜଣକ ଜୋରରେ ଏକ୍ସିଲିରେଟର ମୋଡ଼ିଥିଲା। ନିଜକୁ ବଞ୍ଚାଇବାକୁ ଚେଷ୍ଟା କରି ଯୋଶୀ ଉକ୍ତ କାର୍‌ର ବନେଟ ଉପରକୁ ଡେଇଁ ପଡ଼ିଥିଲେ। ବନେଟ୍ ଉପରେ ଯୋଶୀ ଥିବା ଅବସ୍ଥାରେ ଛାତ୍ର ଜଣକ ବ୍ୟାରିକେଡ୍ ଭାଙ୍ଗି ଦ୍ରୁତ ଗତିରେ ପ୍ରାୟ ୩୦୦ ମିଟର ଦୂର ସୁମୁଲ ଡାଏରୀର କାନ୍ଥ ପର୍ଯ୍ୟନ୍ତ ଗାଡି ଚଳାଇଥିଲା ବୋଲି ପୋଲିସ କହିଛି। ଏଫ୍ ଡିଭିଜନର ଆସିଷ୍ଟାଣ୍ଟ ପୁଲିସ କମିସନର (ଏସିପି) ଏଲ୍‌ବି ଜାଲା ଗଣମାଧ୍ୟମକୁ କହିଛନ୍ତି ଯେ ଏହାପରେ ବଢ଼ିଆ ସର୍ପିଳ ଗତିରେ ଗାଡି ଚଳାଇବା ଆରମ୍ଭ କରିଥିଲା ଏବଂ ଯୋଶୀ କାର୍‌ରୁ ଖସି ପଡ଼ିଥିଲେ। ଏହାପରେ ବଢ଼ିଆ ତାଙ୍କୁ ଚକ ତଳେ ମାଡ଼ିଦେବାକୁ ଚେଷ୍ଟା କରିଥିଲା କିନ୍ତୁ ଯୋଶୀ ଅଳ୍ପକେ ରକ୍ଷା ପାଇଯାଇଥିଲେ।

କଟରଗାମ ପୁଲିସ ବଢ଼ିଆକୁ ଗିରଫ କରିବା ସହ ତା’ ବିରୋଧରେ ହତ୍ୟା ଉଦ୍ୟମ, ବେପରୁଆ ଗାଡି ଚାଳନା ଏବଂ ମୋଟର ଯାନ ଆଇନର ଧାରା ଅନୁଯାୟୀ ମାମଲା ରୁଜୁ କରିଛି। ଆହତ ପୁଲିସ କର୍ମୀ ଯୋଶୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରୁ ଫେରାର ହୋଇଥିବା ଛାତ୍ରକୁ କିଛି ଘଣ୍ଟା ପରେ ତାକୁ ଗିରଫ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe