୧୬ ଫୁଟିଆ ଅଜଗର ପେଟ ଚିରିବାରୁ ବାହାରିଲା ନିଖୋଜ ମହିଳାଙ୍କ ଶବ

Advertisment
୧୬ ଫୁଟିଆ ଅଜଗର ପେଟ ଚିରିବାରୁ ବାହାରିଲା ନିଖୋଜ ମହିଳାଙ୍କ ଶବ

ଜାକର୍ତା: ଗୋଟାଏ ୧୬ଫୁଟିଆ ଅଜଗରର ପେଟ ଚିରି ଇଣ୍ଡୋନେସିଆର ଜାମ୍ବି ପ୍ରଦେଶରେ ନିଖୋଜ ହୋଇଯାଇଥିବା ଜଣେ ମହିଳାଙ୍କ ଶବକୁ ସ୍ଥାନୀୟ ଲୋକେ ବାହାର କରିଥିବା କଥା ମଙ୍ଗଳବାର ଦିନ ‘ଫକ୍ସ୍‌ ନିଉଜ୍‌’ ରିପୋର୍ଟ କରିଛି।

ପ୍ରାପ୍ତ ସୂଚନା ଅନୁସାରେ, ଘର ନିକଟରେ ଥିବା ରବର ବାଗାନ୍‌ରୁ ରବର ସଂଗ୍ରହ କରିବାକୁ ଯାଇଥିବା ବେଳେ ଜହରା ନାମ୍ନୀ ଜଣେ ୫୨ ବର୍ଷୀୟ ମହିଳା ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ଏ ସଂକ୍ରାନ୍ତରେ ଜରୁରୀ ସେବା ବିଭାଗକୁ ସୂଚନା ଦେବା ପରେ ତଲାସ ଆରମ୍ଭ ହୋଇଥିଲା।

ତଲାସକାରୀମାନେ ପେଟ ଫୁଲିଥିବା ଗୋଟାଏ ଅଜଗରର ସନ୍ଧାନ ପାଇଲେ, ଯାହାକୁ ମାରି ତା’ର ପେଟ ଚିରି ଗ୍ରାମବାସୀମାନେ ନିଖୋଜ ଜହରାଙ୍କର ଶବ ଉଦ୍ଧାର କରିଥିଲେ।

publive-image Image Courtesy of NDTV

ଘଟଣା ସଂକ୍ରାନ୍ତରେ ଗାଁ ମୁଖିଆ ଆଣ୍ଟୋ କହିଛନ୍ତି, ସନ୍ଦେହ ହେବାରୁ ଗ୍ରାମବାସୀମାନେ ସାପଟିକୁ ମାରି ତା’ ପେଟରେ କ’ଣ ଅଛି ଜାଣିବାକୁ ତା’କୁ କାଟି ପକାଇଥିଲେ। ସାପ ପେଟରେ ନିଖୋଜ ମହିଳାଙ୍କୁ ଦେଖି ସଭିଏଁ ଚକିତ ହୋଇଯାଇଥିଲେ। କିନ୍ତୁ, ଜଣେ ୫୨ ବର୍ଷୀୟ ମହିଳାଙ୍କୁ ଗୋଟା ଗିଳି ପକାଇବା ଭଳି ଦାନବ କେହି ଦେଖି ନ ଥିଲେ।

publive-image Image Courtesy of The Express Tribune

ବେତାରା ଜାମ୍ବି ପୁଲିସ ମୁଖ୍ୟ ଏ.କେ.ପି. ଏସ୍‌. ହରେଫା ଗଣମାଧ୍ୟମକୁ କହିଛନ୍ତି ଯେ, ସାପ ପେଟରୁ ଉଦ୍ଧାର କରାଯାଇଥିବା ମହିଳାଙ୍କ ଶବ ପ୍ରାୟ ଅକ୍ଷତ ଥିଲା। ଉପରୋକ୍ତ ଘଟଣା ବିରଳ ଲାଗୁଥିଲେ ବି ଇଣ୍ଡୋନେସିଆରେ ମଣିଷଙ୍କୁ ସାପ ଗିଳି ପକାଇବା କଥା ନୂଆ ନୁହେଁ। ପୂର୍ବରୁ ଏମିତି ଅନେକ ଘଟଣା ଘଟିଥିବା ରିପୋର୍ଟ ସବୁ ସମ୍ବାଦପତ୍ରରେ ପ୍ରକାଶିତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe