ଘରେ ସାମ୍ନାରେ ସାଇକେଲ ଚଲାଉଥିବା ବେଳେ ମାଡ଼ିଗଲା କାର ଆଖିପିଛୁଳାକେ ଉଡ଼ିଗଲା ଶିଶୁର ପ୍ରାଣବାୟୁ

Advertisment
ଘରେ ସାମ୍ନାରେ ସାଇକେଲ ଚଲାଉଥିବା ବେଳେ ମାଡ଼ିଗଲା କାର ଆଖିପିଛୁଳାକେ ଉଡ଼ିଗଲା ଶିଶୁର ପ୍ରାଣବାୟୁ

ନୂଆଦିଲ୍ଲୀ: ଗୁଜୁରାଟର ମେହସାଣା ସ୍ପର୍ଶସ୍ଥିତ ସ୍ପର୍ଶ ବିଲା ସୋସାଇଟିରୁ ଗତ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏହି ସୋସାଇଟିରେ ଜଣେ ଶିଶୁ ସାଇକେଲ ଚଲାଉଥିବା ବେଳେ ତାଙ୍କ ଉପରେ କାର ମାଡ଼ି ଯାଇଥିଲା। ଏହି ଦୁର୍ଘଟଣାରେ ଶିଶୁର ମୃତ୍ୟୁ ହୋଇଯାଇଥିବା ବେଳେ ଘଟଣାର ଦୃଶ୍ୟ ନିକଟରେ ଲାଗିଥିବା ସିସିଟିଭି କ୍ୟାମେରାରେ କୈଦ ହୋଇଯାଇଛି।

ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି ୪ବର୍ଷର ଶିଶୁ ସୋସାଇଟି ଭିତରେ ଖୁବ ଖୁସିରେ ସାଇକେଲ ଚଲାଉଛି। ଏହି ସମୟରେ ଆଗକୁ ଯାଉଥିବା ବେଳେ ଏକ କାର ତାର ସାମ୍ନାକୁ ଚାଲି ଆସୁଛି। କାରକୁ ଦେଖି ଶିଶୁ ଜଣକ ସାଇକେଲ ଧରି ରାସ୍ତପାର୍ଶ୍ବକୁ ଯାଉଥିବ‌ା ବେଳେ ହଠାତ ସେ ପଡ଼ିଯାଉଛି। କାର ଚାଳକ ଜଣକ ଏକଥା ଜାଣି ନପାରି କାର ଆଗକୁ ବଢ଼ାଇ ଦେଉଛନ୍ତି। ଫଳରେ ଶିଶୁ ଜଣକ ଉକ୍ତ କାର ଚକା ତଳେ ଚାପି ହୋଇ ଯାଉଛି। ଆଉ ଘଟଣାସ୍ଥଳରେ ତାର ପ୍ରାଣବାୟୁ ଉଡ଼ି ଯାଉଛି।।

ଏହି ଦୁର୍ଘଟଣା ସମ୍ପର୍କରେ ସ୍ଥାନୀୟଲୋକ ଶିଶୁର ବାପା ଓ ମା’ଙ୍କୁ ଖବର ଦେଇଥିଲେ। ବାପା ଓ ମା’ ଘଟଣାସ୍ଥଳରେ ପହଞ୍ଚି ଶିଶୁକୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ ହେଁ ଡାକ୍ତର ଶିଶୁକୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ସ୍ପର୍ଶ ବିଲା ସୋସାଇଟିରେ ଶୋକରଛାୟା ଖେଳାଇ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe