୫୦ ବର୍ଷର ରିପୋର୍ଟ: ଜଳବାୟୁ ପରିବର୍ତ୍ତନର ଭୀଷଣ ରୂପ, ୨୦ ଲକ୍ଷ ମୃତ, ୪.୩ ଲକ୍ଷ କୋଟି ‌ଡଲାର ବରବାଦ

Advertisment
ଏପ୍ରିଲ୍‌ର ସବୁଠୁ ଥଣ୍ଡା ଦିନ: ଟିଟିଲାଗଡ଼ରେ ଦିନର ସର୍ବୋଚ୍ଚ ତାପମାତ୍ରା ୨୪°

CSRBox

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ଜନିତ ବିପର୍ଯ୍ୟୟ ଯୋଗୁଁ ଗତ ୫୦ ବର୍ଷ ମଧ୍ୟରେ ୨୦ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ସମଗ୍ର ବିଶ୍ବରେ ଏହି ଜଳବା‌ୟୁ ପରିବର୍ତ୍ତନ ପାଇଁ ୪.୩ ଲକ୍ଷ କୋଟି ‌ଡଲାରରୁ ଅଧିକ ଆର୍ଥିକ କ୍ଷୟକ୍ଷତି ହୋଇଛି। ଡବ୍ଲ୍ୟୁଏମ୍‌ଓ (ବିଶ୍ବ ପାଣିପାଗ ସଂଗଠନ) ରିପୋର୍ଟରୁ ଜଣାପଡ଼ିଛି ଯେ ବିଶ୍ବ ଲଗାତାର ଭାବେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ପ୍ରଭାବିତ। ଗତ ୫୦ ବର୍ଷ ମଧ୍ୟରେ ଘଟିଥିବା ୧୨ ହଜାର ବିପର୍ଯ୍ୟୟକୁ ଅନୁଶୀଳନ କରି ଏହି ରିପୋର୍ଟ ପ୍ରକାଶ ପାଇଛି। ଡବ୍ଲ୍ୟୁଏମ୍‌ଓ ଲଗାତାର ଭାବେ ମନୁଷ୍ୟକୃତ ଜଳବାୟୁ ପରିବର୍ତ୍ତନର ପ୍ରଭାବ ସଂକ୍ରାନ୍ତରେ ସତର୍କ କରାଇ ଆସିଛି। ତାପମାତ୍ରା ବୃଦ୍ଧି ଯୋଗୁଁ ବନ୍ୟା, ବାତ୍ୟା, ଗ୍ରୀଷ୍ମ ଲହରୀ ଏବଂ ମରୁଡ଼ି ଭଳି ବିଭିନ୍ନ ଚରମ ପାଣିପାଗ ବିପର୍ଯ୍ୟୟ ବୃଦ୍ଧି ପାଉଛି। ଏଭଳି ସ୍ଥିତି ଯୋଗୁଁ ଆର୍ଥିକ କ୍ଷତି ମଧ୍ୟ ବହୁତ ବଢ଼ିଯାଇଛି। କିନ୍ତୁ ଆଗୁଆ ସତର୍କମୂଳକ ପଦକ୍ଷେପ ଏବଂ ବିପର୍ଯ୍ୟୟ ପରିଚାଳନା ପାଇଁ ଗତ ୫୦ ବର୍ଷ ମଧ୍ୟରେ ଜୀବନହାନି କମିଯାଇଛି। ଆର୍ଥିକ କ୍ଷତି ଲଗାତାର ଭାବେ ବଢ଼ୁଛି ଏବଂ ବିକଶିତ ରାଷ୍ଟ୍ରମାନେ ମଧ୍ୟ ବିପୁଳ କ୍ଷୟକ୍ଷତିର ସମ୍ମୁଖୀନ ହୋଇଥିବା ଡବ୍ଲ୍ୟୁଏମ୍‌ଓ ଆକଳନ କରିଛି।

ଜଳବାୟୁ ପରିବର୍ତ୍ତନଜନିତ ବିପର୍ଯ୍ୟୟ ଯୋଗୁଁ ବିଶ୍ବରେ ୯୦ ପ୍ରତିଶତରୁ ଅଧିକ ମୃତ୍ୟୁ ବିକାଶଶୀଳ ରାଷ୍ଟ୍ରଗୁଡ଼ିକରେ ହୋଇଛି। ତେବେ ଜଳବାୟୁ ପରିବର୍ତ୍ତନ ପାଇଁ ଗରିବ ଓ ଅବହେଳିତ ବର୍ଗ ସବୁଠାରୁ ଅଧିକ ପ୍ରଭାବିତ ହେଉଛନ୍ତି ବୋଲି ଡବ୍ଲ୍ୟୁଏମ୍‌ଓ ମହାସଚିବ ପ୍ରଫେସର ପେଟ୍ଟେରି ତଲାସ କହିଛନ୍ତି। ସେ କହିଛନ୍ତି , ବାତ୍ୟା ମୋକା ପାଇଁ ମିଆଁମାର ଏବଂ ବାଂଲାଦେଶରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏଥିଯୋଗୁଁ ଗରିବମାନେ ସର୍ବାଧିକ ପ୍ରଭାବିତ ହୋଇଛନ୍ତି। ୧୯୭୦ରୁ ୨୦୨୧ ମଧ୍ୟରେ ଯୁକ୍ତରାଷ୍ଟ୍ର ଆମେରିକାରେ ସର୍ବାଧିକ ଆର୍ଥିକ କ୍ଷୟକ୍ଷତି ହୋଇଛି। ଏହି ସମୟରେ ଆମେରିକା ୧.୭ ଟ୍ରିଲିଅନ୍‌ ଡଲାର୍‌ର ଆର୍ଥିକ କ୍ଷତି ସହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe