Indiatoday Malayalam
ନୂଆଦିଲ୍ଲୀ: ଜଣେ ବ୍ୟକ୍ତି ତାଙ୍କର ୮୮ତମ ବିବାହ ପାଇଁ ଚର୍ଚ୍ଚାରେ ଅଛନ୍ତି। ୬୧ ବର୍ଷ ବୟସରେ ଏହି ବ୍ୟକ୍ତି ଏପର୍ଯ୍ୟନ୍ତ ୮୭ ଥର ବିବାହ କରିଛନ୍ତି। ଇଣ୍ଡୋନେସିଆର ମାଜାଲେଙ୍ଗେକାର କାନ୍ ନାମକ ଜନୈକ ବ୍ୟକ୍ତି ମାତ୍ର ୧୪ ବର୍ଷ ବୟସରେ ବିବାହ ଆରମ୍ଭ କରିଥିଲେ ଏବଂ ତାଙ୍କର ପ୍ରଥମ ପତ୍ନୀ ତାଙ୍କଠାରୁ ଦୁଇ ବର୍ଷ ବଡ଼ ଥିଲେ।
ମାତ୍ର ଦୁଇବର୍ଷ ବୈବାହିକ ଜୀବନ ଅତିବାହିତ କରି ତାଙ୍କ ପ୍ରଥମ ପତ୍ନୀ ତାଙ୍କୁ ଛାଡ଼ପତ୍ର ଦେଇଥିଲେ। ତା’ପରେ ସେ ଆଧ୍ୟାତ୍ମିକ ଉପାୟ ଅବଲମ୍ବନ କରି ଜଣକ ପରେ ଜଣେ ମହିଳାଙ୍କୁ ବିବାହ କରିଥିଲେ। କାନ୍ କହିଛନ୍ତି, ଜଣେ ମହିଳାଙ୍କ ସହ ଅନୈତିକ କାର୍ଯ୍ୟ କରିବା ଅପେକ୍ଷା ତାଙ୍କୁ ବିବାହ କରିବା ଭଲ। ଏହି କାରଣରୁ ଲୋକେ କାନ୍ଙ୍କୁ ‘ପ୍ଲେବୟ କିଙ୍ଗ’ ବୋଲି ଡାକନ୍ତି। କାନ୍ ଏବେ ଯାହାକୁ ବିବାହ କରିବେ ସେ ତାଙ୍କୁ ପୂର୍ବରୁ ମଧ୍ୟ ବିବାହ କରିଥିଲେ। ବିବାହ ବିଚ୍ଛେଦ ହୋଇଥିଲେ ହେଁ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା ବୋଲି କାନ୍ କହିଛନ୍ତି।
Follow Us