tragic accident Photograph: (sambad.in)
ଭୋପାଳ: ମୃତ୍ୟୁ କାହାକୁ କିଛି କହିକି ଆସେନି… କେତେବେଳେ, କେଉଁଠି ଆଉ କିଏ ମୃତ୍ୟୁର କାଳଫାଶରେ ଫସିବ ତାହା କେହି ଜାଣି ନାହାନ୍ତି… ତେଣୁ ତ ମଣିଷ ମୃତ୍ୟୁର ନାଁ ଶୁଣିଲେ ହିଁ ଡରେ । ଯମ କଥା କହିଲେ ଜିଭ କାମୁଛି ଛାତିରେ ଭୟରେ ଛେପ ପକାଇଦିଏ । ଜୀବନ- ମୃତ୍ୟୁର ଛକାପଞ୍ଝା ଖେଳ ଅହରହ ଚାଲିଥାଏ । କେବେ ଜୀବନ ଜିତେ କ କେବେ ମୃତ୍ୟୁ ମହାବିଜୟୀ ହୁଏ… ହେଲେ ଘର ଭିତରେ ପଶି ମୃତ୍ୟୁ ଯେ ଜଣଙ୍କ ଜୀବନ ନେଇପାରେ ତାହାର ଛାତିଥରା, ଲୋମଟାଙ୍କୁରା ଏବଂ ଭୟଙ୍କର ଭିଡ଼ିଓ ଆସିଛି ମଧ୍ୟପ୍ରଦେଶରୁ । ଯେଉଁଠି ମୃତ୍ୟୁ ମାଡ଼ିଯିବା ପରେ ଚାଲିଯାଇଛି ବୃଦ୍ଧଙ୍କ ଜୀବନ ।
ଆହୁରି ପଢନ୍ତୁ- Cyber Cheating: ପଲ୍ଲୀଠୁ ଦିଲ୍ଲୀ ଯାଏଁ ଲମ୍ବିଥିବା ଅନଲାଇନ୍ ସାଇବର ଠକେଇ ଘଟଣାର ପର୍ଦ୍ଦାଫାସ୍, ୪ ଗିରଫ
ମାଡ଼ିଗଲା ମୃତ୍ୟୁ...
ମଧ୍ଯପ୍ରଦେଶ ଗ୍ଵାଲିୟରର ୯୨ ବର୍ଷୀୟ ଗିରିଜା ପ୍ରସାଦ ଶର୍ମା । ଶୀତ ଦାଉରୁ ରକ୍ଷା ପାଇବା ପାଇଁ ନିଜ ଘର ବାରଣ୍ଡାରେ ବସି ଖରା ଖାଉଥିଲେ । ଆଉ ଏତିକି ବେଳେ ଏକ ଚିପ୍ସ ବୋଢେଇ ଟ୍ରକ ତାଙ୍କ ଘର ଦେଇ ଅତିକ୍ରମ କରୁଥିଲା । ହେଲେ ହଠାତ୍ ଉକ୍ତ ଟ୍ରକର ପଛଚକା କାଦୁଅରେ ପଶିଯିବା କାରଣରୁ ଟ୍ରକଟି ନିୟନ୍ତ୍ରଣ ହରାଇ ସେଇଠି ହିଁ ଓଲଟିପଡ଼ିଲା । ଆଉ ଚାହୁଁ ଚାହୁଁ ଟ୍ରକଟି ବୃଦ୍ଧଙ୍କ ଉପରେ ହିଁ ପଡିଗଲା… ବାସ୍ ତାପରେ ଭାରିଯାନ ତଳେ ଚାପି ହୋଇଥିବା ବୃଦ୍ଧ ଜଣଙ୍କ ବାହାରକୁ ବାହାରିବାକୁ ଯେତେ ଚିତ୍କାର କରୁଥିଲେ ବି ତାଙ୍କ ଚିତ୍କାର ସେଇଠି ସବୁଦିନ ପାଇଁ ଚାପି ହୋଇଗଲା । ଘଟଣାସ୍ଥଳରେ ହିଁ ବୃଦ୍ଧଙ୍କର ଜୀବନ ଚାଲିଯାଇଥିଲା…
ଆହୁରି ପଢନ୍ତୁ- Heartwarming video: ମୋର ଝିଅ ହୋଇଛି... ମୋର ଝିଅ ହୋଇଛି କହି ହସ୍ପିଟାଲରେ ଖୁସିରେ ଝୁମିଗଲେ ବାପା
ପରେ ଯଦିଓ କ୍ରେନ୍ ସାହାଯ୍ଯରେ ଟ୍ରକକୁ ଉଠାଇ, ଟ୍ରକ୍ ତଳୁ ବୃଦ୍ଧାଙ୍କୁ ବାହାର କରି ଡାକ୍ତରଖାନା ନିଆଯାଇଥିଲା ମାତ୍ର ସେତେବେଳକୁ ତାଙ୍କ ପିଣ୍ଡରେ ପ୍ରାଣ ନଥିଲା । ଶେଷରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବୃଦ୍ଧ ଜଣଙ୍କ ନିଜ ନାତି ପାଖରେ ରହୁଥିବା ବେଳେ ଏଭଳି ଅଘଟଣରେ ତାଙ୍କର ଦେହାନ୍ତ ହୋଇଛି । ଏହି ପୂରା ଘଟଣାର ଚିତ୍ର ସିସିଟିଭିରେ କଏଦ ହୋଇଥିଲା । ଯାହା ସାମ୍ନାକୁ ଆସିବା ପରେ ସମସ୍ତଙ୍କ ଛାତି ଥରି ଉଠିଛି…
Follow Us