କେରଳରେ ୭୫ ଲକ୍ଷର ଲଟେରି ଜିତିଲେ ବଙ୍ଗଳା ଶ୍ରମିକ

Advertisment
କେରଳରେ ୭୫ ଲକ୍ଷର ଲଟେରି ଜିତିଲେ ବଙ୍ଗଳା ଶ୍ରମିକ

India Today

ତିରୁଅନନ୍ତପୁରମ୍ : ପଶ୍ଚିମବଙ୍ଗରୁ ଆସିଥିବା ଏସ୍‌ କେ ବଦେଶ ନାମକ ଜଣେ ଶ୍ରମିକ ୭୫ ଲକ୍ଷ ଟଙ୍କାର କେରଳ ସରକାରଙ୍କ ସ୍ତ୍ରୀ ଶକ୍ତି ଲଟେରି ଜିତିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ ପୁରସ୍କାର ରାଶିର ସୁରକ୍ଷା ପାଇଁ ମଙ୍ଗଳବାର ବିଳମ୍ବିତ ରାତିରେ ମୁଭାଟୁପୁଜା ଥାନାକୁ ଯାଇ ପୁଲିସଠାରୁ ସୁରକ୍ଷା ଲୋଡିଥିଲେ। କାରଣ ସେ ଲଟେରିର ଔପଚାରିକତା ବିଷୟରେ ଜାଣି ନ ଥିଲେ। ତାଙ୍କଠାରୁ କେହି ଟିକେଟ ଛଡ଼ାଇ ନେଇଯିବ ଭାବି ଭୟଭୀତ ହୋଇ ଯାଇଥିଲେ। ପୁଲିସ ତାଙ୍କୁ ଲଟେରି ନିୟମ ବିଷୟରେ ବୁଝାଇ ସମସ୍ତ ପ୍ରକାର ସୁରକ୍ଷା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲା।

ବଦେଶ ଲଟେରି ଟିକେଟ କିଣିବାବେଳେ ଏର୍ନାକୁଲମର ଚଟନିକାରାରେ ସଡ଼କ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିଲେ। ସେ କେରଳକୁ ଯିବା ଅଳ୍ପ ବର୍ଷ ହୋଇଛି। ସେ ମାଲାୟାଲମ୍ ଭାଷା ସହିତ ପରିଚିତ ନୁହଁନ୍ତି। ତାଙ୍କୁ ସାହାଯ୍ୟ କରିବାକୁ ସେ ତାଙ୍କ ବନ୍ଧୁ କୁମାରଙ୍କୁ ଡାକିଥିଲେ। ବଦେଶ ଟଙ୍କା ପାଇବା ପରେ ବଙ୍ଗଳାସ୍ଥିତ ତାଙ୍କ ଘରକୁ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଟଙ୍କାରେ ସେ ତାଙ୍କ ଘରର ନବୀକରଣ ଏବଂ କୃଷି ସମ୍ପ୍ରସାରଣ କରିବାକୁ ଆଶା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe