ସୁନ୍ଦର ଦାମ୍ପତ୍ୟ ଜୀବନକୁ ଛାରଖାର କଲା‌ ଗୋଟିଏ ବୁଲେଟ୍‌

ସୁନ୍ଦର ଦାମ୍ପତ୍ୟ ଜୀବନକୁ ଛାରଖାର କଲା‌ ଗୋଟିଏ ବୁଲେଟ୍‌

କିବ୍‌: ୟୁକ୍ରେନ୍‌ରେ ରୁଷ୍‌ର ଆକ୍ରମଣ ହଜାର ହଜାର ପରିବାରକୁ ଛାରଖାର କରିଦେଇଛି। ରୁଷ୍‌ର ସ୍ବତନ୍ତ୍ର ସାମରିକ ଅଭିଯାନ ଦିଗହରା ହେବା ପରେ ଏବେ ସବୁଠି କେବଳ ବର୍ବର ଆକ୍ରମଣ ଦେଖିବାକୁ ମିଳିଛି। ସାଧାରଣ ନାଗରିକଙ୍କ ଉପରେ ବଜ୍ରପାତ ହୋଇଛି। ଏହି ଆକ୍ରମଣ ଅନେକ ପ୍ରେମିକ-ପ୍ରେମିକା ଏବଂ ସ୍ବାମୀ-ସ୍ତ୍ରୀଙ୍କୁ ଅଲଗା କରିଦେଇଛି। ଏହାର ଏକ ଉଦାହରଣ ହେଉଛନ୍ତି ଇରିନା ଆବ୍ରାମୋଭା ଏବଂ ତାଙ୍କ ସ୍ବାମୀ ଓଲେ। ପ୍ରାୟ ୨୦ ବର୍ଷ ଧରି ସେମାନେ ସ୍ବାମୀ-ସ୍ତ୍ରୀ ଭାବେ ଅତି ଖୁସିରେ ଦାମ୍ପତ୍ୟ ଜୀବନ କଟାଉଥିଲେ। ଦୁହେଁ ପ୍ରେମ ବିବାହ କରିଥିଲେ। କିନ୍ତୁ ରୁଷ୍‌ର ଗୋଟିଏ ବୁଲେଟ୍‌ ସେମାନଙ୍କ ଜୀବନକୁ ଛାରଖାର କରିଦେଇଛି। ଇରିନା ତାଙ୍କ ସ୍ବାମୀ ଓଲେଙ୍କୁ ହରାଇ ଦେଇଛନ୍ତି। ଇରିନା କହିଛନ୍ତି, ସେ ମଧ୍ୟ ରୁଷ୍‌ ଗୁଳିମାଡ଼ରେ ମରିଯିବାକୁ ଚାହାନ୍ତି। ମାର୍ଚ୍ଚ ୫ ତାରିଖ ସକାଳେ ରୁଷ୍‌ ସୈନିକମାନେ ଓଲେଙ୍କୁ ଘରୁ ଉଠାଇ ନେଇ ରାସ୍ତା ଉପରେ ଗୁଳି କରି ହତ୍ୟା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe