ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଥିବାରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ରୁଜୁ ହେବ ମାମଲା

Advertisment
ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଥିବାରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ରୁଜୁ ହେବ ମାମଲା

indiatoday

ଚଣ୍ଡିଗଡ଼: ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଥିବାରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ରୁଜୁ ହେବ ମାମଲା। ପଞ୍ଜାବର ମୁଖ୍ୟ ନିର୍ବାଚନ ଅଧିକାରୀ ଆମ୍ ଆଦମୀ ପାର୍ଟି(ଆପ) ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ନେଇ ମାମଲା ପଞ୍ଜିକରଣ କରିବାକୁ ମୋହାଲିର ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଶିରୋମଣି ଅକାଳୀ ଦଳର ଅଭିଯୋଗ ପରେ ଏହି ନିର୍ଦ୍ଦେଶ ଦିଆଯାଇଛି।

ସୂଚନା ମୁତାବକ, ଆମ୍ ଆଦମୀ ପାର୍ଟି ଫେସବୁକ୍ ଏବଂ ଟ୍ୱିଟରରେ ନିର୍ବାଚନ ସହ ଜଡିତ ଏକ ଗୀତ ପୋଷ୍ଟ କରିିଛି, ଯେଉଁଥିରେ ଶିରୋମଣି ଅକାଳୀ ଦଳ ସହ ଅନ୍ୟ ରାଜନୈତିକ ଦଳର ଭାବମୂର୍ତ୍ତିକୁ ଜନସାଧାରଣଙ୍କ ନଜରରେ ନଷ୍ଟ କରିବାକୁ ଚେଷ୍ଟା କରାଯାଇଛି। ଏନେଇ ଶିରୋମଣି ଅକାଳୀ ଦଳ ଅଭିଯୋଗ କରିବା ପରେ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରୱାଲଙ୍କ ବିରୋଧରେ ମାମଲା ରୁୁଜୁ କରାଯାଇଛି।

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ତରଫରୁ ଦିଆଯାଇଥିବା ନିର୍ଦ୍ଦେଶରେ କୁହାଯାଇଛି ଯେ, ଏହି ଗୀତଟି ମିଡିଆ ସାର୍ଟିଫିକେସନ୍ ଆଣ୍ଡ ମନିଟରିଂ କମିଟି ଦ୍ୱାରା ଅନୁମୋଦିତ ନୁହେଁ, ଯାହା ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ ଅଟେ। ଶିରୋମଣି ଅକାଳୀ ଦଳର ଅଭିଯୋଗ ପରେ ପଞ୍ଜାବର ମୁଖ୍ୟ ନିର୍ବାଚନ ଅଧିକାରୀ ବରିଷ୍ଠ ଏସପି ଏସ ନାଗରଙ୍କୁ ଆପ୍ ମୁଖ୍ୟ ତଥା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ମାମଲା ରୁଜୁ କରିବାକୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe