ପୂର୍ବ ସ୍ତ୍ରୀକୁ ଜିଅନ୍ତା ଜାଳିଦେଇଥିବା ଚୀନ୍‌ ନାଗରିକକୁ ମିଳିଲା ମୃତ୍ୟୁଦଣ୍ଡ

Advertisment
୮ ପୂର୍ବତନ ଭାରତୀୟ ନୌସେନା ଅଧିକାରୀଙ୍କୁ ଆଶ୍ବସ୍ତି: ଫାଶୀ ଦଣ୍ଡାଦେଶକୁ ରୋକିଲା କତର

New Indian Express

ବେଜିଂ : ନିଜ ପୂର୍ବ ସ୍ତ୍ରୀ ଦେହରେ ନିଆଁ ଲଗାଇ ଜିଅନ୍ତା ଜାଳିଦେବା ଓ ଏହି ଦୃଶ୍ୟକୁ ଲାଇଭ୍ ପ୍ରସାରଣ କରିବା ଅଭିଯୋଗରେ ଜଣେ ଚୀନା ନାଗରିକକୁ ଚୀନ୍‌ର ସର୍ବୋଚ୍ଚ କୋର୍ଟ ମୃତ୍ୟୁ ଦଣ୍ଡାଦେଶ ଦେଇଥିଲେ। ଶନିବାର ଦକ୍ଷିଣ-ପଶ୍ଚିମ ସିଚୁଆନ ପ୍ରଦେଶରେ ସମ୍ପୃକ୍ତ ପତ୍ନୀହନ୍ତାକୁ ଫାଶୀ ଦିଆଯାଇଛି।

ସୂଚନାଯୋଗ୍ୟ ଲୁ ତା’ର ପ୍ରଥମ ସ୍ତ୍ରୀ ଲାମୁକୁ ୨୦୨୦ ଜୁନ୍ ମାସରେ ଛାଡ଼ପତ୍ର ଦେଇଥିଲା। କିନ୍ତୁ ଲାମୁ ସ୍ବାମୀକୁ ଛାଡ଼ିବାକୁ ଚାହୁ ନ ଥିଲେ। ସେ ବାରମ୍ବାର ପୁଣି ସମ୍ପର୍କ ଯୋଡ଼ିବା ପାଇଁ ଚେଷ୍ଟା କରୁଥିଲେ। ସେଥିପାଇଁ ଲୁ ବାଟ କଣ୍ଟ ସଫା କରିବା ପାଇଁ ଏହି ପଦକ୍ଷେପ ନେଇଥିଲା। ସୁପ୍ରିମ୍‌ ପିପୁଲ୍‌ସ କୋର୍ଟଙ୍କ ଆଦେଶ ଅନୁସାରେ ତାଙ୍ଗ ଲୁ’କୁ ଶନିବାର ସେ ୨୦୨୧ ଅକ୍ଟୋବରରେ କରିଥିବା ଅପରାଧ ପାଇଁ ମୃତ୍ୟୁଦଣ୍ଡ ଦିଆଯାଇଛି। କୋର୍ଟ କହିଥିଲେ ଯେ ଲୁ’ର ଅପରାଧ ଅତ୍ୟନ୍ତ ନିଷ୍ଠୁର ଏବଂ ସେ ସେହିପରି ନିଷ୍ଠୁରତମ ଦଣ୍ଡ ପାଇବା ଉଚିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe