ଏଣିକି ଏହି କଲେଜରେ ଗୋଟିଏ ଟଏଲେଟକୁ ଯିବେ ଉଭୟ ଛାତ୍ର ଓ ଛାତ୍ରୀ

ଏଣିକି ଏହି କଲେଜରେ ଗୋଟିଏ ଟଏଲେଟକୁ ଯିବେ ଉଭୟ ଛାତ୍ର ଓ ଛାତ୍ରୀ

ନୂଆଦିଲ୍ଲୀ: ଇଂଲଣ୍ଡର ପ୍ରତିଷ୍ଠାତା ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଏକ କଲେଜରେ ଏଣିିକି ଛାତ୍ର ଓ ଛାତ୍ରୀ ଗୋଟିଏ ଟଏଲେଟ ବ୍ୟବହାର କରିବେ। ସମରଭିଲେ କଲେଜରେ ଭେଟିଂ ଆଧାରରେ ଏହି ନିଷ୍ପତ୍ତି ନାଆଯାଇଛି। ଯେଉଁଥିରେ ୮୦ପ୍ରତିଶତ ଭେଟ ଏହି ପ୍ରସଙ୍ଗର ପକ୍ଷରେ ଥିଲା। ଏହି ବିଶ୍ୱବିଦ୍ୟାଳୟରେ ପାଖାପାଖି ୪ହଜାର ଛାତ୍ର ଓ ଛାତ୍ରୀ ପାଠ ପଢ଼ି ଥାଆନ୍ତି। କେତେକ ଛାତ୍ର ଓ ଛାତ୍ରୀ ଏହି ନିଷ୍ପତ୍ତିକୁ ନେଇ ଖୁସି ହୋଇଥିବା ବେଳେ ଅନ୍ୟ କେତେକ ଏହାକୁ ନେଇ ଯୌନ ହିଂସାଜନିତ ମାମଲା ବୃଦ୍ଧି ପାଇବା ବୋଲି ମତ ରଖିଛନ୍ତି।

publive-image

ଗତ ସେମିଷ୍ଟାରରେ ଛାତ୍ର ଓ ଛାତ୍ରୀମାନେ ଗୋଟିଏ ଟଏଲେଟ ନିର୍ମିତ ପାଇଁ ପ୍ରସ୍ତାବ ଦେଇଥିଲେ। ଯାହାକୁ ଖାରଜ କରି ଦିଆଯାଇଥିଲା। କିନ୍ତୁ ଚଳିତ ବର୍ଷ ଏହି ନିଷ୍ପତ୍ତି ପରେ ଟଏଲେଟରେ ଲାଗିଥିବା ମହିଳା ଓ ପୁରୁଷର ସାଙ୍କେତିକ ବୋର୍ଡକୁ ହଟାଇ ଦିଆଯିବ। ଏହି ସ୍ଥାନରେ ଜେଣ୍ଡର ନ୍ୟୁଟ୍ରାଲ ଟଏଲେଟ ଲେଖାଯିବ।

publive-image

ଏଭଳି ଟଏଲେଟରର ନିଷ୍ପତ୍ତି ନେବାର  ଗୁରୁତ୍ୱପୂର୍ଣ୍ଣ ଦିଗଟି ହେଉଛି ଏହାକୁ ଏଲ୍‌ଜିବିଟି କମ୍ୟୁନିଟିର ଲୋକମାନେ ବି ସହଜରେ ବ୍ୟବହାର କରି ପାରିବେ। କଲେଜରେ ଏକ ଏଲଜିବିଟି ମାମଲାରେ ଯୋଡ଼ି ହୋଇଥିବା ଅଫିସର ଏହି ପ୍ରସ୍ତାବ ରଖିଥିଲେ। ସମରଭିଲେ କଲେଜ ୧୯୯୦ ପର୍ଯ୍ୟନ୍ତ କେବଳ ମହିଳାଙ୍କ କଲେଜ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe