ଶ୍ରୀନଗର : ରବିବାର ବିଳମ୍ବିତ ରାତିରେ କେନ୍ଦ୍ରୀୟ କଶ୍ମୀର ଅନ୍ତର୍ଗତ ବଡ଼ଗାମ୍ ଜିଲ୍ଲାର ଭାରତୀୟ ବାୟୁ ସେନା ଘାଟିକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିବା ଜଣେ ଦୁର୍ବୃତ୍ତ ସୁରକ୍ଷାକର୍ମୀଙ୍କ ଗୁଳିରେ ପ୍ରାଣ ହରାଇଛି। ୫୦ରୁ ୫୫ ବର୍ଷର ହୋଇଥିବା ଏହି ଅଜଣା ଅନୁପ୍ରବେଶକାରୀ ଜଣକ ଘାଟି ଭିତରକୁ ପଶିବା ଉଦ୍ୟମ ମାତ୍ରେ ତା’କୁ ବାରମ୍ବାର ସତର୍କ କରାଯାଇଥିଲା। ମାତ୍ର ସେ କିଛି ନଶୁଣି ଭିତରକୁ ପଶିବାରୁ ସୁରକ୍ଷା କର୍ମୀମାନେ ଫାଙ୍କା ଗୁଳିଚାଳନା କରିଥିଲେ। ତଥାପି ସେ ନ ଅଟକିବାରୁ ସୁରକ୍ଷାକର୍ମୀ ତା’ ଉପରକୁ ଗୁଳିମାଡ଼ କରିଥିଲେ। ମୃତକର ପରିଚୟ ମିଳିନଥିବା ବେଳେ ସେ ଆଂଶିକ ମାନସିକ ବିକାରଗ୍ରସ୍ତ ଥିବା ଅନୁମାନ କରାଯାଉଛି।
ବାୟୁସେନା ଯବାନଙ୍କ ଗୁଳିରେ ଦୁର୍ବୃତ୍ତ ମୃତ
Advertisment
Follow Us