ଇମ୍ଫାଲ୍: ମଣିପୁରରେ ପୁଣିଥରେ ସୁରକ୍ଷାକର୍ମୀଙ୍କ ଗାଡ଼ି ଉପରକୁ ଆତଙ୍କବାଦୀମାନେ ‘ଘାତ ଆକ୍ରମଣ’ କରିଛନ୍ତି। ଏଥିରେ ଜଣେ ସିଆର୍ପିଏଫ୍ ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନାନୁସାରେ, ଆଜି ସିଆର୍ପିଏଫ୍ ଓ ସ୍ଥାନୀୟ ପୁଲିସର ଏକ ମିଳିତ ପାଟ୍ରୋଲିଂ ଟିମ୍ ଜିରିବାମ୍ର ମୋନ୍ବଙ୍ଗ ଗାଁକୁ ତଲାସୀ ଅଭିଯାନ ନିମନ୍ତେ ଗସ୍ତ କରିଥିଲେ। ସକାଳ ପ୍ରାୟ ସାଢ଼େ ୯ଟା ବେଳେ ପୁଲିସ ଗାଡ଼ିକୁ ଲକ୍ଷ୍ୟ କରି ଆତଙ୍କବାଦୀମାନେ ଗୁଳିଚଳାଇଥିଲେ। ସୁରକ୍ଷାକର୍ମୀମାନେ ସଫଳତାର ସହକାରେ ପାଲଟା ଜବାବ ଦେଇଥିଲେ।
ତେବେ ଆତଙ୍କବାଦୀମାନେ ଘଞ୍ଚ ଜଙ୍ଗଲ ଭିତରେ ଫେରାର୍ ହୋଇଯିବାକୁ ସକ୍ଷମ ହୋଇଥିଲେ। ଆତଙ୍କବାଦୀଙ୍କ ଆକ୍ରମଣରେ ସିଆର୍ପିଏଫ୍ ଯବାନ ତଥା ବିହାର ବାସିନ୍ଦା ଅଜୟ କୁମାର ଝା (୪୩)ଙ୍କ ମୃତ୍ୟୁ ଘଟିଛି। ଜିରିବାମ୍ ଥାନାର ସବ୍ ଇନ୍ସପେକ୍ଟର ଓ ଦୁଇଜଣ ପୁଲିସ କମାଣ୍ଡର ଗୁରୁତର ଆହତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଏନ୍ ବୀରେନ୍ ସିଂହ ଘଟଣାର ତୀବ୍ର ନିନ୍ଦା କରାଯିବା ସହ ଯବାନଙ୍କ ବଳିଦାନ ବୃଥା ଯିବନାହିଁ ବୋଲି କହିଛନ୍ତି।
Follow Us