ବାପା...ମାମା କେମିତି ଅଛନ୍ତି? ଦୁର୍ଘଟଣା ପରେ ମା’ଙ୍କ ମୃତ୍ୟୁ ହୋଇଥିବା ନଜାଣି ଏଭଳି ପ୍ରଶ୍ନ କଲା ଝିଅ

Advertisment
ବାପା...ମାମା କେମିତି ଅଛନ୍ତି? ଦୁର୍ଘଟଣା ପରେ ମା’ଙ୍କ ମୃତ୍ୟୁ ହୋଇଥିବା ନଜାଣି ଏଭଳି ପ୍ରଶ୍ନ କଲା ଝିଅ

କାନପୁର: ବାପା...ମାମା କେମିତି ଅଛନ୍ତି? ଦୁର୍ଘଟଣା ପରେ ମା’ଙ୍କ ମୃତ୍ୟୁ ହୋଇଥିବା ନଜାଣି ଏଭଳି ପ୍ରଶ୍ନ କଲା ଝିଅ। ପ୍ରଶ୍ନ ଶୁଣି ଆଖିର ଲୁହକୁ ରୋକିପାରିଲେନି ବାପା। ଉତ୍ତରପ୍ରଦେଶର କାନପୁରରେ ଦ୍ରୁତ ଗତିରେ ଆସୁଥିବା କାର, ସ୍କୁଟରରେ ଯାଉଥିବା ଜଣେ ମା’ ଓ ଝିଅକୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ଝିଅ ଗୁରୁତର ଆହତ ହୋଇଥିବା ବେ‌ଳେ ମା’ଙ୍କର ମୃତ୍ୟୁ ହୋଇଥିଲା।

ଦୁର୍ଘଟଣା ପ‌ରେ ମା’ ଆଉ ଏଦୁନିଆରେ ନଥିବା ନଜାଣି ବାପାଙ୍କୁ ମା’ର ଅବସ୍ଥା ବିଷୟରେ ପଚାରିଥିଲା ଝିଅ। ଝିଅ ମୁହଁରୁ ଏପ୍ରଶ୍ନ ଶୁଣି ଛାତି ଭିତରେ ସ୍ତ୍ରୀକୁ ହରାଇବାର ଦୁଃଖ ଚାପି ରଖି ବାପା ଉତ୍ତର ଦେଇଥିଲେ, ମା’ ଠିକ୍ ଅଛନ୍ତି। ତାଙ୍କର ଚିକିତ୍ସା ଚାଲିଛି। ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ଝିଅକୁ ମିଛ କହି ତୁରନ୍ତ ବାହାରକୁ ଆସିଯାଇଥିଲେ ବାପା ଅନୁପ ମିଶ୍ରା। ବାହାରକୁ ଆସିବା ମାତ୍ରେ ଆଖିରେ ଚାପି ରଖିଥିବା ଲୁହ ତାଙ୍କର ଧାର ଧାର ହୋଇ ବୋହି ଯାଇଥିଲା।

ସୂଚନା ମୁତାବକ, ଏଚଡିଏଫସି ବ୍ୟାଙ୍କର ବରିଷ୍ଠ ପରିଚାଳକ ଅନୁପ ମିଶ୍ରା (୪୫) ତାଙ୍କ ପରିବାର ସହିତ କେଶବ ନଗରର ବାଙ୍କେ ବିହାରୀ ଏନକ୍ଲେଭରେ ରୁହନ୍ତି। ଅଗଷ୍ଟ ୨ରେ, ତାଙ୍କ ପତ୍ନୀ ଭାବନା ମିଶ୍ରା (୪୨) ଏବଂ ଝିଅ ମେଧାବୀ ମିଶ୍ରା (୧୩) ଏକ ସ୍କୁଟିରେ କୌଣସି କାମ ପାଇଁ ବାହାରକୁ  ଯାଇଥିଲେ। ଏହି ସମୟରେ ଦ୍ରୁତ ଗତିରେ କାର୍ ଚଳାଉଥିବା ୧୭ବର୍ଷୀୟ ବାଳକଜଣକ ଆସି ଭାବନାଙ୍କ ସ୍କୁଟିକୁ ଧକ୍କା ଦେଇଥିଲେ। ଏହି ଦୁର୍ଘଟଣାରେ ଭାବନାଙ୍କ ମୃତ୍ୟୁ ହୋଇଥିବା ବେଳେ ମେଧାବୀ ଗୁରୁତର ଆହତ ହୋଇଛନ୍ତି।

କୁହାଯାଉଛି ଯେ, ଅଭିଯୁକ୍ତ ସ୍କୁଲ ନଯାଇ ନିଜ ପ୍ରେମିକା ଓ ସାଙ୍ଗମାନଙ୍କୁ ଧରି ବୁଲିବାକୁ ଯାଉଥିଲେ। ଏହି ଘଟଣା ପରେ ଏବେ ଅଭିଯୁକ୍ତକୁ କୋର୍ଟ ଜୁଭେନାଇଲ ହୋମକୁ ପଠାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe