ନିଟ୍ ପରୀକ୍ଷାର ଗୋଟିଏ ଦିନ ପୂର୍ବରୁ ପରୀକ୍ଷାର୍ଥୀ କଲେ ଆତ୍ମହତ୍ୟା; ସୁଇସାଇଡ ନୋଟରେ ଲେଖିଥିଲେ ଏଭଳି କଥା

Advertisment
ନିଟ୍ ପରୀକ୍ଷାର ଗୋଟିଏ ଦିନ ପୂର୍ବରୁ ପରୀକ୍ଷାର୍ଥୀ କଲେ ଆତ୍ମହତ୍ୟା; ସୁଇସାଇଡ ନୋଟରେ ଲେଖିଥିଲେ ଏଭଳି କଥା

Dailyhunt

ନୂଆଦିଲ୍ଲୀ: ନ୍ୟାସନାଲ୍‌ ଏଲିଜିବିଲିଟି କମ୍ ଏଣ୍ଟ୍ରାସ୍‌ ଟେଷ୍ଟ(ଏନ୍ଇଇଟି) ପରୀକ୍ଷାରେ ଖରାପ ପ୍ରଦର୍ଶନ ଭୟରେ ଗୋଟିଏ ଦିନ ପୂର୍ବରୁ ତାମିଲନାଡ଼ୁର ଜଣେ ପରୀକ୍ଷାର୍ଥୀ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ନାମ ଜ୍ୟୋତିଶ୍ରୀ ଦୁର୍ଗା ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଯୁବତୀଙ୍କ ଆତ୍ମହତ୍ୟା ସମ୍ପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରୀକ୍ଷାର୍ଥୀଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି। ଯୁବତୀଙ୍କ ମୃତଦେହ ପାଖରୁ ଏକ ସୁଇସାଇଡ୍ ନୋଟ୍ ମଧ୍ୟ ପୁଲିସ ଜବତ କରିଛି।

ପ୍ରାଥମିକ ତଦନ୍ତ ଓ ଜବତ ସୁଇସାଇଡ ନୋଟରୁ ଜଣାପଡ଼ିଛି, ଜ୍ୟୋତିଶ୍ରୀ ଦୁର୍ଗାଙ୍କ ପରୀକ୍ଷାରେ ଖରାପ ପ୍ରଦର୍ଶନ କରିବାର ଭୟ ଥିଲା। ଯଦି ପରୀକ୍ଷାରେ ସେ ଭଲ ପ୍ରଦର୍ଶନ କରି ନପାରନ୍ତି ତେବେ ନିରାଶ ହୋଇଯିବେ। ତେଣୁ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଛନ୍ତି ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି।

ଏହି ଘଟଣାର କିଛି ଦିନ ପୂର୍ବରୁ ରାଜ୍ୟର ଅରିୟାଲୁରରେ ଅନ୍ୟ ଜଣେ ପରୀକ୍ଷାର୍ଥୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଥିଲା। ଏହି ଘଟଣାର‌ରେ ଉପମୁଖ୍ୟମନ୍ତ୍ରୀ ଓ ପନିରସେଲଭମ୍‌ ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe