The Financial Express
ନୂଆଦିଲ୍ଲୀ: କୋରନା ଭୂତାଣୁ ଚୀନ୍ ଦ୍ୱାରା ନିର୍ମିତ ଏକ ଜୈବ ଅସ୍ତ୍ର ବୋଲି ଦର୍ଶାଇ ସ୍ୱାସ୍ଥ୍ୟ ସେବା ବିଭାଗର ପୂର୍ବତନ ମହାନିର୍ଦ୍ଦେଶକ ଜଗଦୀଶ ପ୍ରସାଦ ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟରେ ଏକ ମାମଲା ଦାଏର କରିଛନ୍ତି। ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ଦ୍ୱାରା ଏହି ମାମଲାର ପଂଜୀକରଣ କରି ଏଫ୍ଆଇଆର୍ ଦାଖଲ ପାଇଁ ନିର୍ଦ୍ଦେଶ ଦେବାକୁ କୋର୍ଟର ହସ୍ତକ୍ଷେପ ଲୋଡ଼ିଛନ୍ତି।
ଚୀନ୍ର ହୁବେଇ ପ୍ରଦେଶର ଉହାନରେ ଏହି ଭୂତାଣୁର ଉତ୍ପତ୍ତି ହୋଇଥିଲେ ମଧ୍ୟ ସେହି ଅଂଚଳ ଅପେକ୍ଷା ଭାରତ ଅଧିକ ପ୍ରଭାବିତ ହୋଇଛି ବୋଲି ଆବେଦନରେ କୁହାଯାଇଛି । ଚୀନ୍ ଏକ ଜୈବ ଅସ୍ତ୍ର ବ୍ୟବହାର କରି ଭାରତ ସମେତ ସମଗ୍ର ବିଶ୍ବରେ ଅକଳ୍ପନୀୟ କ୍ଷୟକ୍ଷତି ଘଟାଇଛି ବୋଲି ଆବେଦନକାରୀ କହିଛନ୍ତି। ଭାରତର ଉତ୍ତର-ପୂର୍ବ ଅଞ୍ଚଳ ସୀମାନ୍ତରେ ଚୀନ୍ର ଆକ୍ରମଣାତ୍ମକ ଆଚରଣକୁ ଦୃଷ୍ଟିରେ ରଖି ଚୀନ୍ ଯୋଜନାବଦ୍ଧ ଭାବେ ଏହି ଭୂତାଣୁର ଉତ୍ପତ୍ତି ଏବଂ ବିସ୍ତାର କରାଇଥିବା ସନ୍ଦେହ କରାଯାଉଛି ବୋଲି ମଧ୍ୟ ଏଥିରେ ଦର୍ଶାଯାଇଛି।
Follow Us