ରାମପୁର ଜିଲ୍ଲା ହସ୍ପିଟାଲରେ ଅଭାବନୀୟ ଘଟଣା: ଡାକ୍ତରଙ୍କ ଗାଲରେ ନର୍ସଙ୍କ ଚାପୁଡ଼ା 

Advertisment
ରାମପୁର ଜିଲ୍ଲା ହସ୍ପିଟାଲରେ ଅଭାବନୀୟ ଘଟଣା: ଡାକ୍ତରଙ୍କ ଗାଲରେ ନର୍ସଙ୍କ ଚାପୁଡ଼ା 

ରାମପୁର: କରୋନା ମହାମାରୀ ସମୟରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ କୋଭିଡ ଯୋଦ୍ଧା ବୋଲି କୁହାଯାଉଛି। କାରଣ ସ୍ୱାସ୍ଥ୍ୟସଂକଟ ସହ ଲଢୁଥିବା ଅମୂଲ୍ୟ ଜୀବନ ବଞ୍ଚାଇବାରେ ଏମାନଙ୍କର ପ୍ରମୁଖ ଭୂମିକା ରହିଛି। ତେଣୁ ସାଧାରଣରେ ଏମାନଙ୍କ ସ୍ୱଭାବ କେମିତି ହେବା ଉଚିତ। ବିପଦ ବେଳାରେ ଦେବଦୂତର ଆଖ୍ୟା ପାଇଥିବା ଡାକ୍ତର କିମ୍ବା ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କୁ କିଭଳି ଆଚରଣ କରିବା ଉଚିତ।

ଏହି ପ୍ରଶ୍ନ ଏଥପାଇଁ ଉଠୁଛି, କାରଣ ଉତ୍ତର ପ୍ରଦେଶର ରାମପୁର ଜିଲ୍ଲା ହସ୍ପିଟାଲରେ ଜଣେ ଡାକ୍ତରଙ୍କ ଗାଲରେ ଶକ୍ତ ଚାପୁଡ଼ା ମାରିଛନ୍ତି ଜଣେ ନର୍ସ। ଏକ ଫାଇଲରେ ହସ୍ତାକ୍ଷର କରିବାକୁ ନେଇ ଡାକ୍ତରଙ୍କ ସହ ତାଙ୍କର ବଚସା ହୋଇଥିଲା। ଏହାପରେ ନର୍ସ ଜଣକ ଉତକ୍ଷିପ୍ତ ହୋଇ ଡାକ୍ତରଙ୍କ ଗାଲରେ ଚାପୁଡ଼ା ମାରି ଦେଇଥିଲେ। ଡାକ୍ତର ମଧ୍ୟ ନର୍ସଙ୍କୁ ପ୍ରତି ଆକ୍ରମଣ କରିଥିବା ଦେଖାଯାଉଛି। ତେବେ ପ୍ରଶ୍ନ ଉଠୁଛି କରୋନା ମହାମାରୀ ସମୟରେ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀଙ୍କ ଉପରେ ଚାପ ବଢ଼ିଯାଉଛି କି। ଦିନରାତି କାମ କରିବା ଭିତରେ ମାନସିକ ଭାରସାମ୍ୟ ହରାଇ ବସୁଛନ୍ତି କି ସ୍ୱାସ୍ଥ୍ୟ କର୍ମୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe