କିସ୍ତଓ୍ଵାର୍‌ ଜେଲ୍‌ ବାହାରୁ ମିଳିଲା ଚୀନର ଡ୍ରୋନ୍‌

Advertisment
କିସ୍ତଓ୍ଵାର୍‌ ଜେଲ୍‌ ବାହାରୁ ମିଳିଲା ଚୀନର ଡ୍ରୋନ୍‌

କିସ୍ତଓ୍ଵାର୍‌: ଜମ୍ମୁକଶ୍ମୀରର କିସ୍ତଓ୍ଵାର୍‌ ଜିଲ୍ଲାର ଜେଲ୍‌ ପରିସରରୁ ଡ୍ରୋନ୍‌ ମିଳିବା ନେଇ ଚାଞ୍ଚଲ୍ୟ ଖେଳି ଯାଇଛି। କିସ୍ତଓ୍ଵାରର ଜେଲ୍‌ ପରିସରରୁ ଡ୍ରୋନ୍‌ ମିଳିବା ନେଇ ଏସ୍‌ଏସ୍‌ପି ଶକ୍ତି କୁମାର ପାଠକ ସୂଚନା ଦେଇ କହିଛନ୍ତି, ମଙ୍ଗଳବାର ଜେଲ୍‌ର କାନ୍ଥ ନିକଟରୁ ଏକ ଡ୍ରୋନ୍‌ ମିଳିଥିଲା। ପୁଲିସ ମାମଲାର ଯାଞ୍ଚରେ ଲାଗି ପଡ଼ିଛି। ପ୍ରଥମ ଥର ଏଭଳି ମାମଲା ସାମ୍ନାକୁ ଆସିଛି। ପୁଲିସ ଜବତ କରିଥିବା ଚୀନର ଡ୍ରୋନ୍‌ରେ କ୍ୟାମେରା ଲାଗିଥିବା ପୁଲିସ ସୂତ୍ରରୁ ପ୍ରକାଶ। ଏହି ଡ୍ରୋନ୍‌ କିସ୍ତଓ୍ଵାର୍‌ ଜିଲ୍ଲା ଜେଲ ଉପରେ ଉଡୁଥିବା ଦେଖିବାକୁ ମିଳିଥିଲା। କିସ୍ତଓ୍ଵାରରେ ହାଇ ସିକ୍ୟୁରିଟି ଜେଲ୍‌ରେ ଡ୍ରୋନ୍‌ ଉଡିବାକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ଘଟଣା ବୋଲି କୁହାଯାଉଛି।

publive-image

ଜେଲର ସୁପରିଟେଣ୍ଡେଣ୍ଟ ମହମ୍ମଦ ଇକବାଲଙ୍କ କହିବାନୁସାରେ, ଡ୍ରୋନ୍‌ ଜେଲ୍‌ରେ ଲାଗିଥିବା ଓ୍ଵାଚଟାଓ୍ଵାର ସହିତ ଧକ୍କା ଖାଇ ଖସି ପଡ଼ିଥିଲା। ସନ୍ଧ୍ୟା ୫ଟା ବାଜି ୩୫ ମିନିଟ୍‌ରେ ଡ୍ରୋନ୍‌ ଖସି ପଡ଼ିବା ଖବର ମିଳିଥିଲା। ଟାଓ୍ଵାରରେ ନିୟୋଜିତ ଥିବା ସିଆରପିଏଫ୍‌ ଯବାନ ତୁରନ୍ତ ଏହି ଅଞ୍ଚଳକୁ ଘେରି ନେଇଥିଲେ। ଏହାର ସୂଚନା ଜିଲ୍ଲାପାଳ ଓ ପୁଲିସକୁ ଦିଆଯାଇଥିଲା।

ଉଲ୍ଲେଖଯୋଗ୍ୟ, କିସ୍ତଓ୍ଵାର ଜେଲ୍‌ ଭିିତରେ ୧୦୧ କଏଦୀ ଅଛନ୍ତି। ଏମାନଙ୍କ ମଧ୍ୟରେ ୨୫ଜଣ ଆତଙ୍କବାଦୀ ରହିଛଦନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe