ଗୁଜରାଟରେ ପ୍ରଧାନମନ୍ତ୍ରୀଙ୍କ ପ୍ରଚାର ମଞ୍ଚ ନିକଟରେ ଡ୍ରୋନ: ଗୁଳିକରି ଖସାଇଲା ଏନ୍‌ଏସ୍‌ଜି

Advertisment
ଗୁଜରାଟରେ ପ୍ରଧାନମନ୍ତ୍ରୀଙ୍କ ପ୍ରଚାର ମଞ୍ଚ ନିକଟରେ ଡ୍ରୋନ: ଗୁଳିକରି ଖସାଇଲା ଏନ୍‌ଏସ୍‌ଜି

India TV News

ଗାନ୍ଧୀନଗର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ଗୁଜରାଟରେ ବିଜେପି ପାଇଁ ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଅଛନ୍ତି। ଆଜି ବାଭଲାଠାରେ ଏକ ରାଲିରେ ସେ ଯୋଗ ଦେଇଥିଲେ। କିନ୍ତୁ ଏହି ସମୟରେ ତାଙ୍କ ସୁରକ୍ଷା ଭଙ୍ଗ ହୋଇଛି। ତାଙ୍କ ମଞ୍ଚ ନିକଟରେ କମ୍ ଉଚ୍ଚତାରେ ଏକ ଡ୍ରୋନ ଉଡ଼ିଛି। ଏହି ଡ୍ରୋନକୁ କିନ୍ତୁ ନ୍ୟାସନାଲ ସିକ୍ୟୁରିଟି ଗାର୍ଡ (ଏନଏସଜି) ଗୁଳିକରି ଖସାଇ ଦେଇଛି।

ଏଥିସହିତ ଜଣକୁ ହେପାଜତକୁ ନେଇଛି ବୋଲି କହିଛି। ଏଥିସହିତ ଉକ୍ତ ଘଟଣାର ‌ତଦନ୍ତ ଆରମ୍ଭ ହୋଇଛି। ଡ୍ରୋନରେ କୌଣସି ଅସ୍ତ୍ରଶସ୍ତ୍ର ଅବଶ୍ୟ ନଥିଲା। ତେବେ ଅହମଦାବାଦ ଜିଲ୍ଲା ପୁଲିସ ପକ୍ଷରୁ ଏକ ଏଫଆଇଆର ରୁଜୁ ହୋଇଛି। ନୋ ଡ୍ରୋନ ଫ୍ଲାଏ ଜୋନ ବିଜ୍ଞପ୍ତିକୁ ଉଲ୍ଲଂଘନ କରାଯାଇଥିବାରୁ ଉକ୍ତ ଏଫଆଇଆର ଦିଆଯାଇଛି। ତେବେ ସ୍ଥାନୀୟ ପୁଲିସର କହିବାନୁଯାୟୀ, ୩ ଜଣ ଲୋକ ଡ୍ରୋନ କ୍ୟାମେରା ସାହାଯ୍ୟରେ ଭିଡିଓ ରେକର୍ଡିଂ କରୁଥିଲେ। ସେମାନଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ନିକୁଲ ରମେଶଭାଇ ପରମାର (୨୪), ରାକେଶ କାଲୁଭାଇ ଭାରଭଡ଼ (୩୫) ଏବଂ ରାଜେଶକୁମାର ମଙ୍ଗିଲାଲ ପ୍ରଜାପତି (୨୦)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe