ଲୋମଟାଙ୍କୁରା: ମଦ୍ୟପ ସାଥୀ ଖେଳାଳି ୧୫ତମ ମହଲା ବାଲକୋନିରୁ ମୋତେ ଝୁଲାଇ ଦେଇଥିଲେ

Advertisment
ସର୍ବାଧିକ ୱିକେଟ୍‌ରେ ବ୍ରାଭୋଙ୍କ ସମକକ୍ଷ ହେଲେ ଚହଲ

CricketTimes.com

ମୁମ୍ବାଇ: ଏବେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳୁଥିବା ୟୁଝବେନ୍ଦ୍ର ଚହଲ୍‌ ଆଇପିଏଲ୍‌ରେ ଏହାପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍‌ ଦଳରୁ ପ୍ରତିନିଧିତ୍ବ କରୁଥିଲେ। ଏକ ପୁରୁଣା ଘଟଣା ଉପରୁ ପରଦା ହଟାଇ ଚହଲ ଶୁକ୍ରବାର ଚାଞ୍ଚଲ୍ୟ ସୃଷ୍ଟି କରିଛନ୍ତି। ‘ମୁଁ ଏ କାହାଣୀ କେବେ କାହାକୁ କହିନଥିଲି, ହେଲେ ଏବେଠାରୁ ସଭିଏଁ ଜାଣିବେ। ୨୦୧୩ ମସିହାର କଥା। ମୁଁ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଥିଲି। ମ୍ୟାଚ୍‌ ବାଙ୍ଗାଲୋର୍‌ରେ ଖେଳାଯିବା ପରେ ରାତ୍ରୀକାଳୀନ ପାର୍ଟି ହୋଇଥିଲା। ଏହିସମୟରେ ଜଣେ ଖେଳାଳି ପ୍ରଚୁର ପିଇଥିଲେ, ମୋତେ ବହୁ ସମୟ ଚାହିଁବାପରେ ଡାକିଲେ। ବାହାରକୁ ଡାକିନେଇ ବାଲକୋନିରେ ଝୁଲାଇଦେଲେ’ ବୋଲି ଚହଲ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ‘ମୁଁ ୧୫ତମ ମହଲାରେ ଥିଲି, ହାତ ଖସିଯାଇଥିଲେ କ’ଣ ଘଟିଥା’ନ୍ତା ? ହଠାତ୍‌ ବହୁଲୋକ ଆସିଗଲେ ଏବଂ ମୋତେ ଉଦ୍ଧାର କଲେ। ମୁଁ ଏକପ୍ରକାର ଅଚେତ ହୋଇପଡ଼ିଥିଲି, ମୋତେ ପାଣି ପିଆଇଥିଲେ। ସେବେଠୁ ଅନୁଭବ କରିଥିଲି, ଯେଉଁଠିକି ଗଲେ ବି କେତେ ଦାୟିତ୍ବବାନ ହେବା ଉଚିତ୍‌, ’ ବୋଲି ପ୍ରକାଶ କରିଛନ୍ତି ଏହି ୩୧ ବର୍ଷୀୟ ଏହି ସ୍ପିନର୍‌। ସମ୍ପୃକ୍ତ ଖେଳାଳିଙ୍କ ନାମ କିନ୍ତୁ ପ୍ରକାଶ କରିବେନାହିଁ ବୋଲି ଚହଲ ସ୍ପଷ୍ଟ ଭାବେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଚଳିତ ସଂସ୍କରଣରେ ଏହି ରାଜସ୍ଥାନ ରୟାଲ୍ସ ବୋଲର୍‌ ୩ ମ୍ୟାଚ୍‌ରୁ ୭ ୱିକେଟ୍ ନେଇସାରିଛନ୍ତି।

ନାମ ଘୋଷଣା ଓ କାର୍ଯ୍ୟାନୁଷ୍ଠାନ ଦାବିକଲେ ବୀରୁ
ୟୁଝବେନ୍ଦ୍ର ଚହଲଙ୍କ ଚାଞ୍ଚଲ୍ୟକାର ବୟାନ ପରେ ପୂର୍ବତନ ଭାରତୀୟ ଅଧିନାୟକ ବୀରେନ୍ଦ୍ର ସେହବାଗଙ୍କ ସହ ବହୁ ଖେଳାଳି ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ବୀରୁ କହିଛନ୍ତି, ଚହଲ ତୁରନ୍ତ ସମ୍ପୃକ୍ତ ମୁମ୍ବାଇ ଇଣ୍ଡିଆନ୍ସ ସାଥୀ ଖେଳାଳିଙ୍କ ନାମ ଘୋଷଣା କରିବା ଉଚିତ ଏବଂ ବିସିସିଆଇ ତ୍ବରିତ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା। ପ୍ରଥମେ ପ୍ରଥମେ ଏହା ମଜାଦାର ଲାଗୁଥିଲେ ମଧ୍ୟ ବାସ୍ତବରେ ଏହା ଗମ୍ଭୀର ଘଟଣା। ଜୀବନପ୍ରତି ବିପଦ ସୃଷ୍ଟି କଲାଭଳି ଏଭଳି କାର୍ଯ୍ୟକ୍ରମ ଅତ୍ୟନ୍ତ ଗୁରୁତର ବୋଲି ବୀରୁ ତାଙ୍କ ଟ୍ବିଟ୍‌ରେ ଉଲ୍ଲେଖ କରିଛନ୍ତି। ବୀରୁ ମଧ୍ୟ ତାଙ୍କ ଟ୍ବିଟ୍‌ ସହ ବଲିଉଡ୍‌ ମୁଭି ‘ଲଗେ ‌ରହୋ ମୁନା ଭାଇ’ର ଏକ ଫଟୋ ସଂଯୋଗ କରିଛନ୍ତି, ଯେଉଁଥିରେ ସଞ୍ଜୟ ଦତ୍ତ ଜଣେ ଲୋକକୁ ବାଲକୋନିରେ ତଳମୁହାଁ କରି ଝୁଲାଇ ଦେଇଛନ୍ତି। ବୀରୁଙ୍କ ସହ ବହୁ ପୂର୍ବତନ କ୍ରିକେଟର୍‌ ମଧ୍ୟ ଘଟଣାକୁ ଗମ୍ଭୀରତାର ସହ ବିଚାର କରିବାକୁ ମତ ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe