୫୦ବର୍ଷୀୟ ବରକୁ ନାବାଳିକା କନ୍ୟା: ବରମାଳା ପରେ ପୁଲିସକୁ ଦେଖି ଫେରାର ହେଲା ବର

୫୦ବର୍ଷୀୟ ବରକୁ ନାବାଳିକା କନ୍ୟା: ବରମାଳା ପରେ ପୁଲିସକୁ ଦେଖି ଫେରାର ହେଲା ବର

ବୋକାରୋ(ଝାଡଖଣ୍ଡ): ୫୦ବର୍ଷୀୟ ବରକୁ ନାବାଳିକା କନ୍ୟା। ପରିଚୟ ଲୁଚାଇ ନାବାଳିକାକୁ ବିବାହ କରିବାକୁ ଯାଇଥିଲେ ୫୦ବର୍ଷୀୟ ବର। ହେଲେ ବରମାଳା ପରେ ପୁଲିସ ପହଞ୍ଚିବାରୁ ବର ଖସି ପଳାଇଥିବା ଜଣାପଡ଼ିଛି। ଝାଡଖଣ୍ଡର ବୋକାରୋରେ ଜଣେ ମଧ୍ୟବୟସ୍କ ବ୍ୟକ୍ତି ଏଭଳି କରିଥିବା ଜଣାପଡ଼ିଛି। ନିଜକୁ ପୁଲିସ୍ ବୋଲି କହି ମଧ୍ୟବୟସ୍କ ବ୍ୟକ୍ତି ନାବାଳିକାର ଗରିବ ପରିବାର ସଦସ୍ୟଙ୍କୁ ବିବାହ ପାଇଁ ରାଜି କରାଇଥିବା ସାମ୍ନାକୁ ଆସିଛି। ଏହି ଘଟଣା ବୋକାରୋର ହରଲା ପୁଲିସ ଷ୍ଟେସନ ଅଞ୍ଚଳରେ ଘଟିଛି।

ସୂଚନା ମୁତାବକ, ପୁଲିସ ଅଫିସର ବୋଲି କହି ନାବାଳିକାଙ୍କ ପରିବାରକୁ ବିବାହ ପାଇଁ ରାଜି କରିବା ପରେ ବରାଯାତ୍ରୀ ଧରି ପହଞ୍ଚିଥିଲା ବର। ବିବାହର ରୀତିନୀତି ଆରମ୍ଭ ହେବା ସହ ବରମାଳା ମଧ୍ୟ ଶେଷ ହୋଇଥିଲା। କଥା ଆଗକୁ ବଢ଼ିବା ପୂର୍ବରୁ ଘଟଣାସ୍ଥଳରେ ପହଞ୍ଚିଥିଲା ପୁଲିସ। ହେଲେ ପୁଲିସକୁ ଆସିବା ଦେଖି ସେଠାରୁ ଫେରାର ହୋଇଯାଇଥିଲା ଅଭିଯୁକ୍ତ। ଅଭିଯୁକ୍ତକୁ ଦେଖିବା ପରେ ପୁଲିସର ସନ୍ଦେହ ଦୂର ହେବା ସହ ପୂରା ଘଟଣା ସାମ୍ନାକୁ ଆସିଥିଲା। ଅଭିଯୁକ୍ତ ପୁଲିସ ଅଫିସର ହୋଇନଥିବା ସହ ଏଭଳି ମିଛ କହି ସେ ପୂର୍ବରୁ ଅନେକ ମହିଳାଙ୍କୁ ନିଜ ଜାଲରେ ଫସାଇଥିବା କହିଥିଲା ପୁଲିସ।

ଅଭିଯୁକ୍ତଜଣକ ନିଜର ଧର୍ମ ଓ ପରିଚୟ ଲୁଚାଇ ହିନ୍ଦୁ ମହିଳାଙ୍କୁ ଟା‌ର୍ଗେଟ କରି ବିବାହ କରୁଥିବା ପୁଲିସ ନାବାଳିକାର ପରିବାରକୁ ଜଣାଇଥିଲା। ଏହା ପରେ ସତ ସମସ୍ତେ ଜାଣିପାରିଥିଲେ।

କୁହାଯାଉଛି ଯେ, ନାବାଳିକାଙ୍କ ମା’ ୬ମାସ ପୂର୍ବରୁ ବ୍ୟାଙ୍କକୁ ଯାଇଥିଲେ। ଏହି ସମୟରେ ଅଭିଯୁକ୍ତ ତାଙ୍କ ନାଁ ସଞ୍ଜୟ ବେସ୍ରା ବୋଲି କହି ମହିଳାଙ୍କ ଋଣ ପାସ କରାଇଦେବାକୁ ଦାବି କରିଥିଲେ। ଋଣ କରାଇଦେବା ପରେ ଅଭିଯୁକ୍ତ ପୀଡ଼ିତାଙ୍କ ଘରକୁ ଯିବା ଆସିବା ଆରମ୍ଭ କରିଥିଲା। ପୁଲିସ ୟୁନିଫର୍ମରେ ପୀଡ଼ିତାଙ୍କ ଘରକୁ ଆସିବା ସହ ଅନ୍ୟ ଜିଲ୍ଲାରେ ମୁତୟନ ଥିବା କହୁଥିଲା ଅଭିଯୁକ୍ତ। ଦିନ ବିତିବା ସହ ଅଭିଯୁକ୍ତ ଉପରେ ପୀଡ଼ିତାଙ୍କ ପରିବାର ଲୋକେ ଭରସା କରିଥିଲେ ଏବଂ ପୀଡ଼ିତାଙ୍କ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe