ଭିଲୱାଡ଼ା: ଭିଲୱାଡ଼ା ପେଟ୍ରୋଲ ପମ୍ପରେ ରାଜସ୍ଥାନର ଜଣେ ସବ-ଡିଭିଜନାଲ୍ ମାଜିଷ୍ଟ୍ରେଟ୍ (ଏସ୍ଡିଏମ୍) ଓ ପଟ୍ରୋଲ୍ ପମ୍ପ୍ କର୍ମଚାରୀ ହାତାହାତି ହେବା ମାମଲା ଏବେ ନୂଆ ମୋଡ଼ ନେଇଛି। ପ୍ରତାପଗଡ଼ରେ ନିଯୁକ୍ତ ହୋଇଥିବା ଏସଡିଏମ୍ ଛୋଟୁ ଲାଲ ଶର୍ମା ତାଙ୍କ ପତ୍ନୀ ଦୀପିକା ବ୍ୟାସଙ୍କ ସହ ପେଟ୍ରୋଲ ପମ୍ପକୁ ତାଙ୍କ ଗାଡ଼ିରେ ତେଲ ପକାଇବାକୁ ଯାଇଥିଲେ। ସେଠାରେ ସେମାନଙ୍କ ଗାଡ଼ିରେ ତେଲ ପକାଉଥିବା କର୍ମଚାରୀ ଜଣକ ଦୀପିକାଙ୍କୁ ଆଖି ମାରି ଅଶାଳୀନ ଇଙ୍ଗିତ କରିଥିଲେ। ଯାହାଫଳରେ ଛୋଟୁ ଲାଲ ଶର୍ମା ରାଗିଯିବାରୁ ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା ବୋଲି ଆମେ ଜାଣନ୍ତି। ମାତ୍ର ସତ କଥା ହେଲା ଯେଉଁ ମହିଳା ଜଣକ ନିଜକୁ ଏସ୍ଡିଏମ୍ଙ୍କ ପତ୍ନୀ ବୋଲି କହି ଅଭିଯୋଗ ଆଣିଥିଲେ ସେ ତାଙ୍କର ଅସଲି ପତ୍ନୀ ନୁହଁନ୍ତି। ଘଟଣାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଘଟଣାକୁ ତଦନ୍ତ କରି ପୁଲିସ୍ ପ୍ରଶାସନିକ ଅଧିକାରୀଙ୍କ କଳା ଅତୀତ ଉପରୁ ଏବେ ପରଦା ଉଠାଇଛି।
ଆହୁରି ପଢ଼ନ୍ତୁ: ଜମି ବାଡ଼ି ଗଣ୍ଡଗୋଳରୁ ବଡ଼ ଭାଇଙ୍କୁ ଠେଙ୍ଗାରେ ପିଟି ମାରିଲା ସାନ ଭାଇ
ପୁଲିସ୍ ମୁତାବକ, ନିଜକୁ ଅଧିକାରୀଙ୍କ ପତ୍ନୀ ଭାବରେ ପରିଚୟ ଦେଇ ଏଫଆଇଆର୍ ଦାୟର କରିଥିବା ମହିଳା ତାଙ୍କର ଆଇନଗତ ଭାବରେ ସ୍ୱୀକୃତିପ୍ରାପ୍ତ ପତ୍ନୀ ନୁହଁନ୍ତି। ଏହି ମାମଲା ରାଜନୈତିକ ଦୃଷ୍ଟି ଆକର୍ଷଣ କରିବା ସହିତ, ଏହା ଏସ୍ଡିଏମ୍ ଛୋଟୁ ଲାଲ୍ ଶର୍ମାଙ୍କ ବିବାଦୀୟ ଅତୀତକୁ ଲୋକଲୋଚନକୁ ଆଣିଛି। ଯାହାଙ୍କର ଘରୋଇ ବିବାଦର ଇତିହାସ ରହିଛି।
ମଙ୍ଗଳବାର ଦିନ ରାଜସ୍ଥାନ ପ୍ରଶାସନିକ ସେବା ଅଧିକାରୀ ଏସଡିଏମ୍ ଭିଲୱାରାର ଜସୱନ୍ତପୁରା ନିକଟରେ ଏକ ପେଟ୍ରୋଲ ପମ୍ପରେ ତାଙ୍କ ଗାଡ଼ିରେ ତେଲ ଭର୍ତ୍ତି କରିବା ପାଇଁ ଅଟକିବା ବେଳେ ଏପରି ଏକ ଘଟଣା ଘଟିଥିଲା।
ଅଧିକ ପଢ଼ନ୍ତୁ:ପେଟ୍ରୋଲ୍ ପମ୍ପ୍ରେ କର୍ମଚାରୀ ଓ ପ୍ରଶାସନିକ ଅଧିକାରୀ ହାତାହାତି
'ମୁଁ ଏସଡିଏମ୍'
ଭାଇରାଲ ହୋଇଥିବା ଏକ ଭିଡିଓରେ ଦେଖାଯାଇଛି ଯେ କର୍ମଚାରୀ ଜଣକ ଅଧିକାରୀଙ୍କ ଗାଡ଼ିରେ ତେଲ ନପକାଇବାକୁ ନେଇ ଉଭୟ ପକ୍ଷରୁ ଯୁକ୍ତିତର୍କ ହୋଇଥିଲା। ‘‘ମୁଁ ଏଠାକାର ଏସଡିଏମ୍, ତୁମେ ଜାଣିନାହଁ କି ମୋ ଗାଡି ଏଠାରେ ଅଛି’’ ବୋଲି ଚିତ୍କାର କରି ଅଧିକାରୀ ଜଣକ କହୁଥିବାର ଶୁଣି କରି ପେଟ୍ରୋଲ୍ ପମ୍ପ୍ ମାଲିକ ଉଠି ଆସିଥିଲେ।
ଏହି ସମୟରେ, ପେଟ୍ରୋଲ ପମ୍ପର ଅନ୍ୟ ଜଣେ କର୍ମଚାରୀ ହସ୍ତକ୍ଷେପ କରିବାରୁ ଏସଡିଏମ୍ ତାଙ୍କୁ ଚାପୁଡ଼ା ମାରନ୍ତି। କର୍ମଚାରୀମାନେ ବି ତାଙ୍କୁ ଓଲଟା ଚାପୁଡ଼ା ମାରିବାର ଭିଡିଓରେ ଦେଖିବାକୁ ମିଳିଛି। ଭିଡିଓ ଭାଇରାଲ ହେବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଏସଡିଏମଙ୍କୁ ସମାଲୋଚନା କରି ତାଙ୍କୁ ବହିଷ୍କାର କରିବାକୁ ଦାବି କରିଥିଲେ।
ଆହୁରି ପଢ଼ନ୍ତୁ:ଆମେରିକାରେ ଭାରତୀୟ ଟ୍ରକ୍ ଚାଳକ ନେଲେ ୩ଜଣଙ୍କ ଜୀବନ
ଏସଡିଏମଙ୍କ ତଥାକଥିତ 'ପତ୍ନୀ'ଙ୍କ ଦ୍ୱାରା ଦାଖଲ ଅଭିଯୋଗ
ଏସଡିଏମଙ୍କ ପତ୍ନୀ ବୋଲି ଦାବି କରୁଥିବା ଜଣେ ମହିଳା ଦୀପିକା ବ୍ୟାସଙ୍କ ଦ୍ୱାରା ଏକ ପୁଲିସ ଅଭିଯୋଗ ଦାଖଲ କରାଯାଇଥିଲା। ସେ ଅଭିଯୋଗ କରିଥିଲେ ଯେ ପେଟ୍ରୋଲ ପମ୍ପ କର୍ମଚାରୀମାନେ ଅନୁପଯୁକ୍ତ ଭାବରେ ଚାହିଁବା, ଆଖି ମାରିବା ଏବଂ ଅଶ୍ଳୀଳ ମନ୍ତବ୍ୟ ଦେବା ପରେ ଶର୍ମା କ୍ରୋଧିତ ହୋଇଥିଲେ। ଏହାପରେ, ପୁଲିସ ଘଟଣାସ୍ଥଳକୁ ପହଞ୍ଚି ମାମଲା ସହିତ ଜଡିତ ପେଟ୍ରୋଲ ପମ୍ପର ତିନି ଜଣ କର୍ମଚାରୀଙ୍କୁ ଗିରଫ କରିଛି।
ପ୍ରକୃତ ସତ
ଏବେ ଏହା ଜଣାପଡ଼ିଛି ଯେ ବ୍ୟାସ ଏସଡିଏମଙ୍କ ଆଇନଗତ ଭାବରେ ବିବାହିତ ପତ୍ନୀ ନୁହଁନ୍ତି। ସୂତ୍ର ଅନୁସାରେ ଅଧିକାରୀ ଜଣକ ପୁନମ ଶର୍ମାଙ୍କୁ ବିବାହ କରିଛନ୍ତି, ଯିଏ ତାଙ୍କ ପିଲାମାନଙ୍କୁ ଘରୁ ବାହାର କରିଦେବା ପରେ ସେମାନଙ୍କ ସହିତ ପୃଥକ ଭାବରେ ରହୁଛନ୍ତି। ପୁନମ, ଯିଏକି ପୂର୍ବରୁ ଏସଡିଏମଙ୍କ ବିରୋଧ ଏକ ମାମଲା ଦାୟର କରିଥିଲେ କି ସେ ସ୍ବାମୀ ପରିତ୍ୟକ୍ତ ହୋଇ ପରିବାର ପ୍ରତିପୋଷଣ ପାଇଁ ସଂଘର୍ଷ କରୁଛନ୍ତି।
etrol Pump | social media | Police | wife