ପୋଲାଣ୍ଡରେ ମୋଦୀଙ୍କୁ ଭବ୍ୟ ସ୍ବାଗତ

Advertisment
ପୋଲାଣ୍ଡରେ ମୋଦୀଙ୍କୁ ଭବ୍ୟ ସ୍ବାଗତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୋଲାଣ୍ଡ ଗସ୍ତ ଆଜିଠାରୁ ଆରମ୍ଭ ହୋଇଛି। ଆଜି ସନ୍ଧ୍ୟାରେ ମୋଦୀ ପୋଲାଣ୍ଡ ପହଞ୍ଚିଛନ୍ତି। ଦୀର୍ଘ ୪୫ ବର୍ଷ ମଧ୍ୟରେ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ମୋଦୀ ପୋଲାଣ୍ଡ ଗସ୍ତ କରିଛନ୍ତି। ଆଜି ସନ୍ଧ୍ୟାରେ ମୋଦୀ ପୋଲାଣ୍ଡ ରାଜଧାନୀ ୱାରସାରେ ପହଞ୍ଚିବାପରେ ‌ତାଙ୍କୁ ପୋଲାଣ୍ଡର ଉପବିଦେଶ ମନ୍ତ୍ରୀ ଭବ୍ୟ ସ୍ବାଗତ କରି ପାଛୋଟି ନେଇଥିଲେ। ଭାରତୀୟ ବଂଶୋଦ୍ଭବ ସଦସ୍ୟ ମଧ୍ୟ ମୋଦୀଙ୍କ ହାତରେ ରାକ୍ଷୀ ବାନ୍ଧି ତାଙ୍କୁ ସ୍ବାଗତ କରିଥିଲେ। ପୋଲାଣ୍ଡ ଗସ୍ତ ଅବସରରେ ମୋଦୀ ପୋଲାଣ୍ଡର ରାଷ୍ଟ୍ରପତି ଏଣ୍ଡ୍ରେଜ୍‌ ସେବାସ୍ତିଆନ ଡୁଡ଼ା ଏବଂ ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କଙ୍କ ସହ ଦ୍ବିପାକ୍ଷିକ କଥାବାର୍ତ୍ତା କରିବେ। ୱାରସାରେ ମୋଦୀ ସ୍ମାରକ ସ୍ଥଳ ବୁଲିବେ ଏବଂ ଭାରତୀୟ ବଂଶୋଦ୍ଭବଙ୍କୁ ଉଦ୍‌ବୋଧନ ଦେବା କାର୍ଯ୍ୟକ୍ରମ ରହିଛି। ପ୍ରାୟ ୨୫ ହଜାର ଭାରତୀୟ ବଂଶୋଦ୍ଭବଙ୍କୁ ମୋଦୀ ସମ୍ବୋଧିତ କରିବେ। ଆଜି ମୋଦୀଙ୍କ ରହିବା ପାଇଁ ବ୍ୟବସ୍ଥା ହୋଇଥିବା ହୋଟେଲରେ ସେ ପହଞ୍ଚିବାପରେ ସେଠାରେ ତାଙ୍କୁ ଭାରତୀୟ ବଂଶୋଦ୍ଭବମାନେ ଜୋରଦାର ସ୍ବାଗତ କରିଥିଲେ। ମୋଦୀ ପୋଲାଣ୍ଡର ସଂସ୍କୃତି ଏବଂ ଚଳଣିକୁ ବୁଝିବାପାଇଁ ପୋଲାଣ୍ଡ ନାଗିରକଙ୍କ ସହ ମଧ୍ୟ କଥା ହେବେ। ଆସନ୍ତାକାଲି ରାତିରେ ମୋଦୀ ୟୁକ୍ରେନ ଗସ୍ତରେ ବାହାରିବେ। ୨୩ ତାରିଖରେ ମୋଦୀ ୟୁକ୍ରେନ ରାଜଧାନୀ କିବ୍‌ରେ ପହଞ୍ଚିବେ। କିବ୍‌ରେ ମୋଦୀ ପାଖାପାଖି ୭ ଘଣ୍ଟା‌ ରହିବା କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe