ଆମେରିକାରେ ମୋଦୀଙ୍କୁ ଭବ୍ୟ ସ୍ବାଗତ

Advertisment

ଆମ ପ୍ରବାସୀ ଆମର ଶକ୍ତି: ମୋଦୀ

ଆମ ପ୍ରବାସୀ ଆମର ଶକ୍ତି: ମୋଦୀ

ଆମେରିକାରେ ମୋଦୀଙ୍କୁ ଭବ୍ୟ ସ୍ବାଗତ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ ଦିନିଆ ଆମେରିକା ଗସ୍ତରେ ୱାସିଂଟନ୍‌ରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ବର୍ଷା ସତ୍ତ୍ବେ ମୋଦୀଙ୍କୁ ସ୍ବାଗତ କରିବାପାଇଁ ବହୁ ସଂଖ୍ୟାରେ ପ୍ରବାସୀ ଭାରତୀୟ ଉପସ୍ଥିତ ଥିଲେ। ସେଠାରେ ତାଙ୍କୁ ବିପୁଳ ସ୍ବାଗତ କରାଯାଇଥିଲା। ପ୍ରବାସୀ ଭାରତୀୟମାନେ ମୋଦୀଙ୍କ ନାମ ନେଇ ସ୍ଲୋଗାନ ଦେବା ସହ ଜାତୀୟ ପତାକା ଉଡ଼ାଇଥିଲେ। ମୋଦୀ ବ୍ୟାରିକେଡ ନିକଟକୁ ଯାଇ ସେମାନଙ୍କ ଲୋକଙ୍କ ସହ ହାତ ମିଳାଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଏକ ଝଲକ ‌ଦେଖିବାପାଇଁ ବର୍ଷାରେ ବି ଲୋକେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଥିବା ଦେଖିବାକୁ ମିଳିଥିଲା।

ବିମାନବନ୍ଦରରେ ମୋଦୀଙ୍କୁ ଆମେରିକା ବିଦେଶ ବିଭାଗର ଅଧିକାରୀମାନେ ସ୍ବାଗତ କରି ପାଛୋଟି ନେଇଥିଲେ। ଆମେରିକାରେ ଭାରତର ରାଷ୍ଟ୍ରଦୂତ ତରଣଜିତ ସିଂହ ସନ୍ଧୁଙ୍କ ସମେତ ବ୍ରିଗେଡିୟର ଅନୁପ ସିଂଘଲ, ବା‌ୟୁସେନାର ଅଂଜନ ଭଦ୍ରା ଏବଂ ‌ନୌସେନାର ନିର୍ଭୟା ବାପନା ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ। ବିଶାଳ ସ୍ବାଗତ ସମ୍ବର୍ଦ୍ଧନା ପରେ ମୋଦୀ କହିଛନ୍ତି, ଭବ୍ୟ ସ୍ବାଗତ ପାଇଁ ୱାସିଂଟନରେ ଥିବା ଭାରତୀୟ ସମୁଦାୟ ପ୍ରତି ମୁଁ କୃତଜ୍ଞ। ଆମ ପ୍ରବାସୀ ଆମର ଶକ୍ତି ‌ବୋଲି ମୋଦୀ କହିଛନ୍ତି। ବିମାନବନ୍ଦରରେ ମୋଦୀ ଆଜି ଭାରତୀୟ ବଂଶୋଦ୍ଭବ ଆମେରିକୀୟଙ୍କ ସହ କଥା ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe