ନୂଆ ମଦ ଦୋକାନ ଉପରକୁ ଗ୍ରେନେଡ ମାଡ, ଜଣେ ମୃତ, ୩ ଗୁରୁତର

Advertisment
ନୂଆ ମଦ ଦୋକାନ ଉପରକୁ ଗ୍ରେନେଡ ମାଡ, ଜଣେ ମୃତ, ୩ ଗୁରୁତର

india today

ବାରମୁଳା: ଜାମ୍ମୁ କାଶ୍ମୀରର ବାରମୁଳା ଜିଲ୍ଲାର ଦେୱାନ ବାଗରେ ମଙ୍ଗଳବାର ରାତିରେ ଏକ ନୂତନ ମଦ ଦୋକାନ ଉପରକୁ ଆତଙ୍କବାଦୀମାନେ ଗ୍ରେନେଡ ମାଡ କରିବାରୁ ଜଣଙ୍କର ମୃତ୍ୟୁ ହୋଇଛି। ୩ଜଣ ଗୁରୁତର ହୋଇଛନ୍ତି। ଦେୱାନ ବାଗର ଗ୍ୟାରିସନ ଟାଉନରେ ଆଜି ନୂତନ ଭାବେ ଏକ ମଦ ଦୋକାନ ଖୋଲାଯାଇଥିଲା। ମଦ ଦୋକାନ ବାହାରେ ୪ଜଣ କର୍ମଚାରୀ ଥିଲେ।

କେତେକ ଆତଙ୍କବାଦୀ ହଠାତ ଆସି ଏକ ଗ୍ରେନେଡ ଦୋକାନ ଉପରକୁ ଫିଙ୍ଗି ଫେରାର ହୋଇଯାଇଥିଲେ। ମଦ ଦୋକାନରେ କାମ କରୁଥିବା ମୃତ କର୍ମଚାରୀ ହେଲେ ରାଜ‌ୌରୀ ଅଞ୍ଚଳର ୩୫ବର୍ଷୀୟ ରଣଜିତ ସିଂ। ଗୁରୁତର କର୍ମଚାରୀ ହେଲେ ଗୋବର୍ଦ୍ଧନ ସିଂ, ରବି କୁମାର, ଗୋବିନ୍ଦ ସିଂ। ଗ୍ରେନେଡ ମାଡ ପରେ ମିଲିଟାରି ଫୋର୍ସ ଘଟଣାସ୍ଥଳକୁ ନାକାବନ୍ଦି କରି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି। ତେବେ ଏହି ଘଟଣା ପାଇଁ ନିଷିଦ୍ଧ ହୋଇଥିବା ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ତୋଇବା, ରେଜିଷ୍ଟାନ୍ସ ଫ୍ରଣ୍ଟ (ଟିଆରଏଫ)ର ଛାୟା ପୋଷାକ ନିଜକୁ ଦାୟୀ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe