୨୦୦ କୋଭିଡ୍‌ ପଜିଟିଭ୍‌ ମା’ଙ୍କଠାରୁ ଜନ୍ମ ହେଲେ ସୁସ୍ଥ ଶିଶୁ

ସିନାପାଲି ଶିଶୁ ବିକ୍ରି ଅଭିଯୋଗ

NDTV

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଅତି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ୨୦୦ କୋଭିଡ୍‌ ପଜିଟିଭ୍‌ ମା'ଙ୍କଠାରୁ ଜନ୍ମ ନେଇଛନ୍ତି ସୁସ୍ଥ ଶିଶୁ। ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ଖୁବ୍‌ ଭଲ ଅଛି ଏବଂ ସମସ୍ତେ କରୋନା ନେଗେଟିଭ୍‌। ଭିକ୍ଟୋରିଆ ଆଣ୍ଡ୍‌ ବାଣୀ ବିଳାସ ହସ୍ପିଟାଲ୍‌ରେ ଏହି ଚମତ୍କାର ଘଟଣା ଘଟିଛି। ଏହି ହସ୍ପିଟାଲ୍‌ରେ କେବଳ କୋଭିଡ୍‌ ପଜିଟିଭ୍‌ ଗର୍ଭବତୀ ମହିଳାଙ୍କର ଚିକିତ୍ସା କରାଯାଏ। ଏହି ହସ୍ପିଟାଲ୍‌ରେ ୨୦୦ ସୁସ୍ଥ ଶିଶୁ ଜନ୍ମ ହୋଇଛନ୍ତି। ହସ୍ପିଟାଲ୍‌ ପାଇଁ ଏହା ଏକ ଗୌରବ। ହସ୍ପିଟାଲ୍‌ ଡିନ୍‌ ଏବଂ ନିର୍ଦ୍ଦେଶକ ଡ. ସିଆର ଜୟନ୍ତୀ କହିଛନ୍ତି, କେବଳ ଡାକ୍ତରମାନଙ୍କ କଠୋର ପରିଶ୍ରମ ଯୋଗୁଁ ଏସବୁ ସମ୍ଭବ ହୋଇପାରିଛି। ପିପିଇ କିଟ୍‌ ପିନ୍ଧି ଶିଶୁକୁ ଜନ୍ମ କରାଇବା ଏତେ ସହଜ ନୁହେଁ। କିନ୍ତୁ ହସ୍ପିଟାଲ୍‌ ଏ ଦିଗରେ ଅତି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe