କୋଠାରେ ପିଟିହେଲା ହେଲିକପ୍ଟର, ୪ ମୃତ

ତୁର୍କୀରେ ଏକ ହେଲିକପ୍ଟର ଦୁର୍ଘଟଣା ହୋଇଛି ଓ ଏହା ଫଳରେ ୪ ଜଣ ଲୋକ ମୃତ୍ୟୁବରଣ କରିଛନ୍ତି । ହେଲିକପ୍ଟରଟି ଏକ କୋଠାରେ ପିଟି ହୋଇଯିବା ପରେ ଏହି ଦୁର୍ଘଟଣା ହୋଇଥିଲା ।

turkey

ଅଙ୍କାରା: ତୁର୍କୀରେ ଏକ ହେଲିକପ୍ଟର ଦୁର୍ଘଟଣା ହୋଇଛି ଓ ଏହା ଫଳରେ ୪ ଜଣ ଲୋକ ମୃତ୍ୟୁବରଣ କରିଛନ୍ତି । ହେଲିକପ୍ଟରଟି ଏକ କୋଠାରେ ପିଟି ହୋଇଯାଇଥିଲା ।

ସୂଚନା ଅନୁସାରେ ରବିବାର ସକାଳେ ଦକ୍ଷିଣ-ପୂର୍ବ ତୁର୍କିରେ ହେଲିକପ୍ଟରଟି ଆକାଶମାର୍ଗରେ ଉଡ଼ାଣ ଆରମ୍ଭ କରିବା ପରେ ଏକ କୋଠାରେ ପିଟି  ହୋଇଯାଇଥିଲା । ଏଥିରେ ବିମାନରେ ଥିବା ୪ ଜଣଙ୍କର ମୃତ୍ୟୁ ଘଟିଥିଲା। ହେଲିକପ୍ଟରଟି ଥିଲା ଏକ ଏୟାର ଆମ୍ବୁଲାନ୍ସ । ଦୁର୍ଘଟଣା ସମୟରେ ହେଲିକପ୍ଟରରେ ଦୁଇ ଜଣ ପାଇଲଟ, ଜଣେ ଡାକ୍ତର ଓ ଜଣେ ସ୍ୱାସ୍ଥ୍ୟକର୍ମୀ ଥିଲେ। ତେବେ ସେଥିରେ କୌଣସି ରୋଗୀ ନଥିଲେ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି। 

ହେଲିକପ୍ଟରଟି ଥିଲା ଏକ ଏୟାର ଆମ୍ବୁଲାନ୍ସ । ଦୁର୍ଘଟଣା ସମୟରେ ହେଲିକପ୍ଟରରେ ଦୁଇ ଜଣ ପାଇଲଟ, ଜଣେ ଡାକ୍ତର ଓ ଜଣେ ସ୍ୱାସ୍ଥ୍ୟକର୍ମୀ ଥିଲେ। ତେବେ ସେଥିରେ କୌଣସି ରୋଗୀ ନଥିଲେ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି। 

ଜଣେ ରୋଗୀଙ୍କୁ ପଡ଼ୋଶୀ ପ୍ରଦେଶ ଅନ୍ତଲ୍ୟାକୁ ନେବା ପାଇଁ ସେମାନେ ମୁଗଲା ସହରରୁ ଉଡ଼ାଣ ଭରିଥିଲେ। ସେ କହିଛନ୍ତି ଯେ ହେଲିକପ୍ଟରଟି ଯେଉଁ ଡାକ୍ତରଖାନାରୁ ଉଡ଼ାଣ ଭରିଥିଲା ସେହି ଡାକ୍ତରଖାନାର କୋଠାକୁ ଧକ୍କା ଦେଇ ନିକଟସ୍ଥ ଏକ କ୍ଷେତରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ମୁଗଲା ଗଭର୍ଣ୍ଣର ଇଦ୍ରିସ ଆକ୍ବିକ କହିଛନ୍ତି ଯେ ବିମାନ ଉଡ଼ାଣ ସମୟରେ ଘନ କୁହୁଡ଼ି ଥିଲା ଏବଂ କର୍ତ୍ତୃପକ୍ଷ ଘଟଣାର ତଦନ୍ତ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe