ଭାରତ ପାଇଁ ଏକ ଐତିହାସିକ ଦିନ: ବୈଜୟନ୍ତ

Advertisment
ଭାରତ ପାଇଁ ଏକ ଐତିହାସିକ ଦିନ: ବୈଜୟନ୍ତ

ଭୁବନେଶ୍ବର : ଭାରତର ପରବର୍ତ୍ତୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଇଁ ସାରା ଭାରତ ବର୍ଷର ବିଭିନ୍ନ ସ୍ଥାନରେ ଉତ୍ସବ ପାଳନ କରାଯାଉଛି। ଏହି ଅବସରରେ ଆସାମର ଗୌହାଟି ଠାରେ ବିଜେପି ଦ୍ବାରା ଆୟୋଜିତ ବିଶାଳ ରାଲିରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିସ୍ବଶର୍ମାଙ୍କ ସହ ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା ଆସାମ ପ୍ରଭାରୀ ବୈଜୟନ୍ତ ପଣ୍ଡା ଯୋଗଦେଇଛନ୍ତି। ସେଠାରେ ପାରମ୍ପାରିକ ନୃତ୍ୟ ଗୀତ ସହ ଉତ୍ସବ ପାଳନ କରାଯାଉଛି।

ଏହି ଅବସରରେ ଶ୍ରୀ ପଣ୍ଡା କହିଛନ୍ତି ଜସସ୍ବୀ ପ୍ରଧାନମନ୍ତ୍ରୀ ଦେଶର ସବୁ ବର୍ଗର ନେତାଙ୍କୁ ପ୍ରତିନିଧିତ୍ବ କରିବା ପାଇଁ ସୁଯୋଗ ଦେଇ ଆସିଛନ୍ତି। ପ୍ରଥମ ଓଡିଆ ଓ ଦେଶର ପ୍ରଥମ ଜନଜାତି ମହିଳା ଭାବେ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି। ଏହା ଭାରତ ପାଇଁ ଏକ ଐତିହାସିକ ଦିନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe