ସୁପ୍ରିମକୋର୍ଟ ପାଇଁ ଐତିହାସିକ ଦିନ: ସମ୍ବିଧାନ ପୀଠ ଶୁଣାଣିର ସିଧା ପ୍ରସାରଣ

Advertisment
ସୁପ୍ରିମକୋର୍ଟ ପାଇଁ ଐତିହାସିକ ଦିନ: ସମ୍ବିଧାନ ପୀଠ ଶୁଣାଣିର ସିଧା ପ୍ରସାରଣ

Image Courtesy of The Indian Express

ନୂଆଦିଲ୍ଲୀ: ଆଜିଠାରୁ ପ୍ରଥମ ଥର ପାଇଁ ସୁପ୍ରିମକୋର୍ଟ ସମ୍ବିଧାନ ପୀଠ ଶୁଣାଣିର ସିଧା ପ୍ରସାରଣ ଆରମ୍ଭ କରିଛନ୍ତି। ୟୁଟ୍ୟୁବ୍‌ରେ ଶୁଣାଣିର ସିଧା ପ୍ରସାରଣ କରାଯାଇଛି। ଆଗାମୀ ଦିନରେ ସିଧାପ୍ରସାରଣ ପାଇଁ ସୁପ୍ରିମକୋର୍ଟ ନିଜସ୍ବ ପ୍ଲାଟଫର୍ମ ଆରମ୍ଭ କରି‌ବେ। ଜନସାଧାଣ ନିଜ ଫୋନ୍‌, ଲାପଟପ୍‌ ଏବଂ କମ୍ପ୍ୟୁଟରରେ ବିନା ବାଧାରେ ଶୁଣାଣି ଦେଖିପାରିବେ। ଆଜି ସୁପ୍ରିମକୋର୍ଟ ୩ଟି ପୃଥକ୍‌ ସମ୍ବିଧାନ ପୀଠ ଶୁଣାଣିର ସିଧା ପ୍ରସାରଣ କରିଛନ୍ତି। ପ୍ରଧାନ ବିଚାରପତି ୟୁ ୟୁ ଲଳିତଙ୍କ ଅଧ୍ୟକ୍ଷତାରେ ଆର୍ଥିକ ଦୁର୍ବଳ ଶ୍ରେଣୀ କୋଟା ମାମଲା, ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡ଼ଙ୍କ ଅଧ୍ୟକ୍ଷତାରେ ମହାରାଷ୍ଟ୍ର ଉଦ୍ଧବ ସେନା ବନାମ ସିନ୍ଦେ ସେନା ମାମଲା ଏବଂ ଜଷ୍ଟିସ୍‌ ଏସ୍‌କେ କୌଲଙ୍କ ଅଧ୍ୟକ୍ଷତାରେ ସର୍ବଭାରତୀୟ ବାର୍‌ ପରୀକ୍ଷାର ଅବଧି ସଂକ୍ରାନ୍ତ ମାମଲାର ସିଧା ପ୍ରସାରଣ ହୋଇଛି।

ଉଲ୍ଲେଖଯୋଗ୍ୟ ଯେ ୪ ବର୍ଷ ପୂ‌ର୍ବେ ସେପ୍ଟେମ୍ବର ୨୭,୨୦୧୮ରେ ପୂର୍ବତନ ପ୍ରଧାନ ବିଚାରପତି ଦୀପକ ମିଶ୍ର ଏକ ଐତିହାସିକ ରାୟ ଦେଇ କହିଥିଲେ ଯେ ସୁପ୍ରିମକୋର୍ଟରେ ସାମ୍ବିଧାନିକ ଗୁରୁତ୍ବ ଥିବା ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ମାମଲାର ସିଧା ପ୍ରସାରଣ ହେବ। ସିଧା ପ୍ରସାରଣ ନେଇ ସୁପ୍ରିମ୍‌କୋର୍ଟ ଗାଇଡ୍‌ଲାଇନ ମଧ୍ୟ ଜାରି କରିଛନ୍ତି। ୟୁଟ୍ୟୁବ୍‌ ମାଧ୍ୟମରେ ହେଉଥିବା ଏହି ପ୍ରସାରଣର ସେୟାର ଏବଂ ରେକର୍ଡିଂ ଉପରେ ରୋକ୍‌ ଲଗାଯାଇଛି। ଏହି ନିର୍ଦ୍ଦେଶାବଳିର ଉଲ୍ଲଂଘନ କରୁଥିବା ବ୍ୟକ୍ତି ବିରୋଧରେ ଆଇନ ଅନୁଯାୟୀ ମକଦ୍ଦମା ରୁଜୁ ହେବ। ରେକର୍ଡିଂ ଏବଂ ପ୍ରସାରିତ ତଥ୍ୟ ଉପରେ ଅଦାଲତଙ୍କ ସ୍ବତନ୍ତ୍ର ଅଧିକାର ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe