ତିନି ସେନାକୁ ନେଇ ମିଳିତ ଥିଏଟର୍‌ କମାଣ୍ଡ୍‌ ସ୍ଥାପନ ହେବ: ରାଜନାଥ

Advertisment

‘ନେହରୁଙ୍କ ଉଦ୍ଦେଶ୍ୟ ଭଲ ଥିଲା, କିନ୍ତୁ..’

‘ନେହରୁଙ୍କ ଉଦ୍ଦେଶ୍ୟ ଭଲ ଥିଲା, କିନ୍ତୁ..’

ତିନି ସେନାକୁ ନେଇ ମିଳିତ ଥିଏଟର୍‌ କମାଣ୍ଡ୍‌ ସ୍ଥାପନ ହେବ: ରାଜନାଥ

ଜମ୍ମୁ: ଭାରତ ଏବେ ଥିଏଟର କମାଣ୍ଡ ସ୍ଥାପନ ପାଇଁ ପ୍ରକ୍ରିୟା ତ୍ବରାନ୍ବିତ କରିଛି। ବାୟୁସେନା-ସ୍ଥଳସେନା-ନୌସେନାର ମିଳିତ ଥିଏଟର୍‌ କମାଣ୍ଡ ସ୍ଥାପନ କରି ସେନା ବାହିନୀରେ ସମନ୍ବୟ ବୃଦ୍ଧିକୁ ଏକ ନୂଆ ପର୍ଯ୍ୟାୟରେ ପହଞ୍ଚାଯିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ଭାରତ ପ୍ରତିରକ୍ଷା ଉପକରଣ କ୍ଷେତ୍ରରେ ସ୍ବାବଲମ୍ବୀ ହେବା ସହ ଯୁଦ୍ଧାସ୍ତ୍ର ରପ୍ତାନି କ୍ଷେତ୍ରରେ ମଧ୍ୟ ନୂଆ ରେକର୍ଡ ସୃଷ୍ଟି କରିଛି ବୋଲି ଆଜି ରାଜନାଥ ଜମ୍ମୁ କାଶ୍ମୀର ପିପୁଲ୍ସ ଫୋରମ ଦ୍ବାରା ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ପାଇଁ ଅନୁଷ୍ଠିତ କାର୍ଯ୍ୟକ୍ରମରେ କହିଛନ୍ତି। ଭାରତ କିଛି ବର୍ଷ ପୂର୍ବରୁ ବିଶ୍ବର ସବୁଠାରୁ ବଡ଼ ପ୍ରତିରକ୍ଷା ଉପକରଣ ଆମଦାନିକାରୀ ଥିବା ବେଳେ ଆଜି ଏହା ସବୁଠାରୁ ବଡ଼ ରପ୍ତାନିକାରୀ ହେବାକୁ ଯାଉଛି। ଦେଶ ଏବେ ୧୩ ହଜାର କୋଟି ଟଙ୍କାର ପ୍ରତିରକ୍ଷା ସାମଗ୍ରୀ ରପ୍ତାନି ଆରମ୍ଭ କରିଦେଇଛି ଏବଂ ୨୦୨୫-୨୬ରେ ଏହା ୩୫ ହଜାରରୁ ୪୦ ହଜାର କୋଟିରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି।

ଜମ୍ମୁରେ କାର୍ଗିଲ ସହିଦଙ୍କୁ ରାଜନାଥଙ୍କ ଶ୍ରଦ୍ଧାଞ୍ଜଳି: ‘ନେହରୁଙ୍କ ଉଦ୍ଦେଶ୍ୟ ଭଲ ଥିଲା, କିନ୍ତୁ..’

ଜମ୍ମୁ: କାର୍ଗିଲ ବିଜୟ ଦିବସ ପ୍ରତିବର୍ଷ ଜୁଲାଇ ୨୬ରେ ପାଳିତ ହୋଇଥାଏ। ଏହି ଅବସରରେ କାର୍ଗିଲଠାରେ ହେବାକୁ ଥିବା ତ୍ରିଦିବସୀୟ ବିଜୟ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ଆସି ଜମ୍ମୁଠାରେ ପହଞ୍ଚିଛନ୍ତି। ଏହି ଅବସରରେ ସହିଦଙ୍କ ପରିବାରବର୍ଗକୁ ଭେଟିବା ପରେ ଏକ ସଭାରେ ଉଦ୍‌ବୋଧନ ଦେଇ ପାକିସ୍ତାନ ସହ ୧୯୯୯ ଯୁଦ୍ଧର ସ୍ମୃତିଚାରଣ କରିଛନ୍ତି ସିଂହ। କାର୍ଗିଲ ଯୁଦ୍ଧରେ ସହିଦ ହୋଇ ଭାରତକୁ ବିଜୟ ପ୍ରଦାନ କରିଥିବା ବୀର ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ସିଂହ କହିଥିଲେ, ଦେଶ ପାଇଁ ଆମ ସେନା ସବୁବେଳେ ସର୍ବୋଚ୍ଚ ବଳିଦାନ ଦେଇଥାଏ। ୧୯୯୯ରେ ଅନେକ ବୀର ଯବାନ ଦେଶ ପାଇଁ ପ୍ରାଣବଳି ଦେଇଥିଲେ। ସେମାନଙ୍କୁ ସେ ଭକ୍ତିପୂତ ପ୍ରଣାମ ନିବେଦନ କରିଥିଲେ। ଏହି ଅବସରରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ସମ୍ପର୍କରେ ରାଜନାଥ କହିଲେ ଯେ, ତାଙ୍କ ସମୟରେ ୧୯୬୨ରେ ଚୀନ୍ ଭାରତ ଆକ୍ରମଣ କରି ଲଦାଖରୁ କିଛି ଅଞ୍ଚଳ ଦଖଲ କରିନେଇଥିଲା। ତେବେ ନେହରୁଙ୍କ ଉଦ୍ଦେଶ୍ୟ ବିଷୟରେ ମୁଁ ପ୍ରଶ୍ନ କରିବି ନାହିଁ। ଉଦ୍ଦେଶ୍ୟ ତାଙ୍କର ଭଲ ଥିଲା, କିନ୍ତୁ ନୀତି ଭୁଲ୍‌ ଥିଲା। ବର୍ତ୍ତମାନ ଭାରତ ବିଶ୍ବର ଅନ୍ୟତମ ଅତି ଶକ୍ତିଶାଳୀ ଦେଶ ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe