ମୋର ନୁହେଁ ତ କାହାର ନୁହେଁ ! ବାହାଘରକୁ ୧୦ ଦିନ ଥିଲା, ପ୍ରେମିକାକୁ ଗୁଳି କରି ପ୍ରେମିକ ମାରିଦେଲା

murder ହଜ

Photograph: (sambad.in)

ଲକ୍ଷ୍ନୌ: ପ୍ରେମରେ ଧୋକା ଖାଇଲା ବୋଲି ପ୍ରେମିକାକୁ ହତ୍ୟା କଲା ପ୍ରେମିକ । ନିଜ ପ୍ରେମିକା ଆଉ କେଉଁଠି ବାହା ହୋଇଯିବ ବୋଲି ତାକୁ ଗୁଳି କରି ହତ୍ୟା କଲା ନିଷ୍ଠୁର ପ୍ରେମିକ । ମୋର ହେବୁନି ତ କାହାରି ହେବୁନି କହି ଗୁଳି କରି ମାରିଦେଲା ପାଗଳପ୍ରେମିକ । ଆଉ ହତ୍ୟା ପରେ ନିଜେ ବନ୍ଧୁକ ଧରି ଥାନାରେ ଆତ୍ମସମର୍ପଣ କଲା । 

ପ୍ରେମକୁ ଏଭଳି ଛାତିଥରା ଖବର ଆସିଛି ଉତ୍ତରପ୍ରେଦେଶ ବିଜନୌର ଜିଲ୍ଲାରୁ । ଯେଉଁଠି ଦୁଇ ଯୁବକ ଯୁବତୀ ପ୍ରେମ ସମ୍ପର୍କରେ ଥିଲେ ମାତ୍ର ଝିଅର ବାହାଘର ତା ବାପା ଆଉ କେଉଁଠି ଠିକ କରିଦେବା ଫଳରେ ପ୍ରେମିକ ରାଗିଯାଇ ପ୍ରତିଶୋଧ ନେଇଛି । 

ବାହାଘର ପାଇଁ ବାପା ଏବଂ ଭଉଣୀ ସହ ଯୁବତୀ ଜଣଙ୍କ କିଣାକିଣି ଲାଗି ବଜାରକୁ ଯିବା ବେଳେ ପ୍ରେମିକ ଜଣକ କିଛି ଗୁଣ୍ଡାଙ୍କ ସହ ଗାଡିରେ ଆସିଥିଲା ଏବଂ ନିଜ ପ୍ରେମିକର କାନମୁଣ୍ଡରେ ସିନେମା ଷ୍ଟାଇଲରେ ବନ୍ଧୁକ ରଖି ଢୋ ଢୋ କରି ଗୁଳି ଫୁଟାଇ ଦେଇ ଗଲା । ଘଟଣାସ୍ଥଳରେ ଯୁବତୀ ଜଣଙ୍କ ଟଳିପଡିଥିଲେ । ତାଙ୍କୁ ସଙ୍ଗେସଙ୍ଗେ ଡାକ୍ତରଖାନା ନେଇଥିଲେ ବି ଡାକ୍ତର ମୃତ ଘୋଷଣା କରିଥିଲେ ।

ସେପଟେ ପ୍ରେମିକାକୁ ଗୁଳି କରି ହତ୍ୟା କରିବା ପରେ ଥାନାରେ ବନ୍ଧୁକ ସହ ଆତ୍ମସମର୍ପଣ କରିଥିଲା ପ୍ରେମିକ । ତେବେ ଯୁବତୀଙ୍କ ବାହାଘର ଆଉ ୧୦ ଦିନ ପରେ ହୋଇଥାନ୍ତା ହେଲେ ତା ଆଗରୁ ଏମିତି ହତ୍ୟାକାଣ୍ଡ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe