ଆଲମୋଡ଼ା: ହରିୟାଣାର ଫରିଦାବାଦ ପରେ, ଉତ୍ତରାଖଣ୍ଡର ଆଲମୋଡ଼ାରୁ ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଛି । ଏହାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ।
ସୂଚନା ଅନୁସାରେ ଆଲମୋଡ଼ା ଜିଲ୍ଲାର ଡାଭରାସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରୁ ଶୁକ୍ରବାର ଦିନ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରାଯାଇଛି। ବୁଦା ଭିତରେ ଲୁଚାଇ ରଖାଯାଇଥିବା ୧୬୧ଟି ସିଲିଣ୍ଡ୍ରିକାଲ୍ ପ୍ୟାକେଟ ମିଳିଛି। ସ୍କୁଲର କାର୍ଯ୍ୟକାରୀ ପ୍ରଧାନଶିକ୍ଷକ ସୁଭାଷ ସିଂହ ବୁଦା ଭିତରେ ସନ୍ଦିଗ୍ଧ ପ୍ୟାକେଟଗୁଡ଼ିକୁ ଦେଖିବାପରେ ଘଟଣାଟି ସାମ୍ନାକୁ ଆସିଥିଲା। ଏହାପରେ ସେ ତୁରନ୍ତ ପୁଲିସକୁ ସୂଚନା ଦେଇଥିଲେ। ଏହା ପରେ, ଅତିରିକ୍ତ ସବ-ଇନ୍ସପେକ୍ଟର ଦିୱାନ ସିଂହ ବିଷ୍ଟ ଏବଂ ଅତିରିକ୍ତ ସବ-ଇନ୍ସପେକ୍ଟର ଲୋମେଶ କୁମାର ତାଙ୍କ ଦଳ ସହିତ ଘଟଣାସ୍ଥଳରେ ପହଞ୍ଚି ଅଞ୍ଚଳକୁ ଘେରାବନ୍ଦୀ କରିଥିଲେ। ଉଧମ ସିଂହ ନଗର ଏବଂ ନୈନିତାଲ ଜିଲ୍ଲାରୁ ବିଡିଏସ୍ ଏବଂ ଡଗ୍ ସ୍କ୍ୱାଡ୍ ଦଳ ମଧ୍ୟ ପହଞ୍ଚିଥିଲେ।
ଆହୁରି ପଢନ୍ତୁ : Maoists Call Of Strike: ମାଓବାଦୀ ହତ୍ୟାକୁ ବିରୋଧ, ୨୩ରେ ଭାରତ ବନ୍ଦ
୬୦ କିଲୋଗ୍ରାମ ଜିଲେଟିନ୍ ରଡ୍
ପୁଲିସ୍ ସୂତ୍ରରୁ ଜଣାପଡିଛି ଯେ ପ୍ରାୟ ୬୦ କିଲୋଗ୍ରାମ ଜିଲେଟିନ୍ ରଡ୍ ଉଦ୍ଧାର କରାଯାଇଛି। ଏଗୁଡ଼ିକ ଏକ ନିର୍ମାଣ ସ୍ଥଳୀରୁ ଆଣି ସେଠାରେ ଫିଙ୍ଗାଯାଇଥିବା ସଂଦେହ କରାଯାଉଛି । ତେବେ ପୁଲିସ ସବୁପ୍ରକାରର ଦିଗକୁ ନଜରରେ ରଖି ତଦନ୍ତ ଚଳାଇଛି । ବିଶେଷକରି ଫରିଦାବାଦ ଓ ଦିଲ୍ଲୀ ଘଟଣାପରେ ପୁଲିସ ଘଟଣାକୁ ଗୁରୁତ୍ବର ସହ ନେଉଛି ।
ଆହୁରି ପଢନ୍ତୁ : Delhi Pollution: ବିଷ ବଳୟରେ ଦିଲ୍ଲୀ ! ସ୍କୁଲ ବାହାରେ ହେବନି କୌଣସି ବି କାର୍ଯ୍ୟକଳାପ, ଡିସେମ୍ବର ଯାଏଁ କ୍ରୀଡ଼ା କାର୍ଯ୍ୟକ୍ରମ ବ୍ୟାନ୍...
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/11/21/almora-2025-11-21-22-32-21.png)