୪ ଦିନ ପରେ ଟିକେ ଆଶ୍ବସ୍ତି, ୪ ଲକ୍ଷ ତଳକୁ ଖସିଲା ଦୈନିକ ସଂକ୍ରମଣ

Advertisment

୨୪ ଘଣ୍ଟାରେ ୩,୭୫୪ ମୃତ

୨୪ ଘଣ୍ଟାରେ ୩,୭୫୪ ମୃତ

୪ ଦିନ ପରେ ଟିକେ ଆଶ୍ବସ୍ତି, ୪ ଲକ୍ଷ ତଳକୁ ଖସିଲା ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ: ସମ୍ପ୍ରତି ଦିନକୁ ଦିନ ଅଣାୟତ୍ତ ହୋଇପଡୁଥିବା ମହାମାରୀ କୋଭିଡ୍‌ ଦ୍ବିତୀୟ ଲହର ସଂକ୍ରମଣର ସ୍ଥିତିର ମୁକାବିଲା ପାଇଁ ଦେଶର ବିଭିନ୍ନ ରାଜ୍ୟରେ ଲକ୍‌ଡାଉନ୍‌ ପରି କଟକଣା ଓ ସଟ୍‌ଡାଉନ୍‌ ପରି କଠୋର କଟକଣା ଜାରି ସତ୍ତ୍ବେ ଏହାର ଭୟାବହତା ଉଲ୍ଲେଖନୀୟ ଭାବେ କମିନାହିଁ। ତେବେ ଗତ ୪ ଦିନ ଧରି ଲଗାତାର ୪ ଲକ୍ଷ ଉପରେ ରହୁଥିବା ଦୈନିକ ସଂକ୍ରମଣ ସ୍ଥିତିରେ ସାମାନ୍ୟ ସୁଧାର ଆସିଛି। ସେହିପରି କ୍ରମାଗତ ଦୁଇ ଦିନ ଧରି ୪ ହଜାର ଉପରେ ମୃତକଙ୍କ ସଂଖ୍ୟା ରହିବା ପରେ ଆଜି ସେଥିରୁ ମଧ୍ୟ ଟିକେ ଆଶ୍ବସ୍ତି ମିଳିଛି। ସୋମବାର ସକାଳ ୮ଟା ସୁଦ୍ଧା ବିଗତ ୨୪ ଘଣ୍ଟା ଭିତରେ ୩,୬୬,୧୬୧ ଜଣ ନୂତନ ସଂକ୍ରମିତ ଠାବ ହୋଇଛନ୍ତି। ପୂର୍ବରୁ ଗୁରୁବାର ୪.୧୨ ଲକ୍ଷ ଓ ଶୁକ୍ରବାର ୪.୧୪ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଶନିବାର ୪.୦୧ ଲକ୍ଷ ଓ ରବିବାର ୪.୦୩ ଲକ୍ଷରୁ ସାମାନ୍ୟ ଅଧିକ ରହିଥିଲା।

ଆଜିର ସଂଖ୍ୟାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୨୬,୬୨,୫୭୫ ହୋଇଛି। ସେହିପରି ଏହି ଦିନକ ଭିତରେ ୩,୫୩,୮୧୮ ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ମୋଟ ୧,୮୬,୭୧,୨୨୨ ଜଣ କୋଭିଡ୍‌ ପୀଡ଼ିତ ସୁସ୍ଥ ହୋଇପାରିଛନ୍ତି। ଅପରପକ୍ଷେ, ଏହି ୨୪ ଘଣ୍ଟା ଭିତରେ ୩,୭୫୪ ଜଣ ଆଖି ବୁଜିଥିବା ବେଳେ ମହାମାରୀ କୋଭିଡ୍‌ ବର୍ତ୍ତମାନ ସୁଦ୍ଧା ମୋଟ ୨,୪୬,୧୧୬ ଜଣଙ୍କର ଜୀବନ ନେଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନାରୁ ଜଣାଯାଇଛି। ତଥାପି ଅଦ୍ୟାବଧି ଦେଶରେ ୩୭,୪୫,୨୩୭ଟି ସକ୍ରିୟ ସଂକ୍ରମଣ ମାମଲା ରହିଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe