ଦିଲ୍ଲୀ ବିମାନବନ୍ଦରରେ ବଡ଼ ଦୁର୍ଘଟଣା ଟଳିଗଲା: ଗୋଟିଏ ରନ୍‌ୱେରେ ୨ବିମାନକୁ ଲାଣ୍ଡିଂ ଏବଂ ଟେକଅଫ୍‌ ଅନୁମତି

Advertisment

ସତର୍କ ମହିଳା ପାଇଲଟଙ୍କ ପାଇଁ ୩୦୦ରୁ ଅଧିକ ଜୀବନ ବଞ୍ଚିଗଲା

ସତର୍କ ମହିଳା ପାଇଲଟଙ୍କ ପାଇଁ ୩୦୦ରୁ ଅଧିକ ଜୀବନ ବଞ୍ଚିଗଲା

ଭୁବନେଶ୍ବର ଆସୁଥିବା ବିମାନର ଦିଲ୍ଲୀରେ ଜରୁରୀ ଅବତରଣ

ନୂଆଦିଲ୍ଲୀ: ଦିଲ୍ଲୀ ବିମାନବନ୍ଦରରେ ଆଜି ଏକ ବଡ଼ ଦୁର୍ଘଟଣା ଟଳିଯାଇଛି। ବିମାନବନ୍ଦରରେ ଆଜି ୨ଟି ଭିସ୍ତାରା ବିମାନକୁ ସମାନ ସମୟରେ ଗୋଟିଏ ରନ୍‌ୱେର ବ୍ୟବହାର ପାଇଁ ଅନୁମତି ମିଳିଥିଲା। ରନ୍‌ୱେରେ ଗୋଟିଏ ଭିସ୍ତାରା ବିମାନ ଅବତରଣ କରିସାରିଥିବା ବେଳେ ଏହି ସମାନ ରନ୍‌ୱେ‌ରେ ସମାନ ସମୟରେ ଭିସ୍ତାରାର ଅନ୍ୟ ଏକ ବିମାନକୁ ଟେକଅଫ୍‌ ଅନୁମତି ମିଳିଥିଲା। କିନ୍ତୁ ସଠିକ୍‌ ସମୟରେ ସତର୍କ ମହିଳା ପାଇଲଟଙ୍କ ହସ୍ତକ୍ଷେପ ଯୋଗୁଁ ଏକ ବଡ଼ ଦୁର୍ଘଟଣା ଟଳିଗଲା ଏବଂ ୨ଟି ବିମାନର ୩୦୦ରୁ ଅଧିକ ଯାତ୍ରୀଙ୍କ ଜୀବନ ବଞ୍ଚିଗଲା। ୨ ବିମାନ ମଧ୍ୟରେ ଦୂରତା ଥିଲା କେବଳ ୧୮୦୦ ମିଟର। ପାଇଲଟ ଯଦି ସଠିକ୍‌ ସମୟରେ ଏଟିସି (ଏୟାର ଟ୍ରାଫିକ କଣ୍ଟ୍ରୋଲ)କୁ ଅନ୍ୟ ଏକ ବିମାନର ଉପସ୍ଥିତି ସଂକ୍ରାନ୍ତରେ ଅବଗତ କରିନଥା‌ନ୍ତେ ତେବେ ଆଜି ପରିସ୍ଥିତି ଅତି ଭୟଙ୍କର ହୋଇଥାନ୍ତା। ଡିଜିସିଏ ଅନୁଯାୟୀ ଭିସ୍ତାରା ବିମାନ ଭିଟିଆଇ୯୨୬ ଆଜି ରନ୍‌ୱେ ୨୯‌ଏଲ୍‌ରେ ଅବତରଣ କରିଥିଲା।

ଏଟିସି ଦ୍ବାରା ଏହି ବିମାନକୁ ରନ‌‌୍‌ୱେ ୨୯ଆର୍‌କୁ ଅତିକ୍ରମ କରି ଏହାର ପାର୍କିଂ ସ୍ଥଳକୁ ଯିବାପାଇଁ କୁହାଯାଇଥିଲା। କିନ୍ତୁ ଏଟିସି ଅଧିକାରୀ ଭିଟିଆଇ୯୨୬କୁ ଦେଇଥିବା ନିର୍ଦ୍ଦେଶକୁ ଅଣଦେଖା କରି ଅନ୍ୟଏକ ଭିସ୍ତାରା ବିମାନ ଭିଟିଆଇ୭୨୫କୁ ରନ୍‌ୱେ୨୯ ଆର୍‌ରୁ ଟେକ୍‌ଅଫ୍‌ ପାଇଁ ଅନୁମତି ଦେଇଥିଲେ। ତେବେ ଭିଟିଆଇ୯୨୬ର ଜଣେ ମହିଳା ପାଇଲଟ୍‌ ସଠିକ୍‌ ସମୟରେ ଏନେଇ ଏଟିସି ଅଧିକାରୀଙ୍କୁ ସତର୍କ କରିଦେବାରୁ ଟେକ୍‌ଅଫ୍‌ ପାଇଁ ଅନୁମତି ମିଳିଥିବା ବିମାନକୁ ତୁରନ୍ତ ‌ଟେକଅଫ୍‌ ବନ୍ଦ କରିବାପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe