Pune Accident ପୁଣେ: ପୁଣେର ନାଭଲେ ବ୍ରିଜରେ ଗୁରୁବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଦୁଇଟି କଣ୍ଟେନର ଟ୍ରକ ମଧ୍ୟରେ ଧକ୍କା ହେବା ଫଳରେ ଗୋଟିଏ ଟ୍ରକରେ ନିଆଁ ଲାଗିଯିବାରୁ ୮ ଜଣ ଲୋକ ମୃତ୍ୟୁବରଣ କରିଛନ୍ତି ।  

Advertisment

ଅଗ୍ନିଶମ ବିଭାଗ ଅନୁଯାୟୀ, ଏପର୍ଯ୍ୟନ୍ତ ଆଠ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଜଳୁଥିବା ଗାଡିରେ ଅଧିକ ଲୋକ ଫସି ରହିଥିବା ସମ୍ଭାବନା ରହିଛି ଏବଂ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ। 

କଣ କହିଲା ପୁଲିସ ?

ପୁଲିସର ସୂଚନା ଅନୁସାରେ ପୁଣେ ସହର ଉପକଣ୍ଠରେ ମୁମ୍ବାଇ-ବେଙ୍ଗାଲୁରୁ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ଦୁଇଟି ବଡ଼ କଣ୍ଟେନର ଟ୍ରକ ମଧ୍ୟରେ ଏକ କାର ଚାପି ହୋଇଯାଇଥିଲା, ଯେଉଁଥିରେ ଆଠ ଜଣଙ୍କର ମୃତ୍ୟୁ ହୋଇଛି ଓ ଆହୁରି କିଛି ଲୋକ ଆହତ ହୋଇଛନ୍ତି । ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ ଆହତମାନଙ୍କୁ ଡାକ୍ତରଖାନା ନିଆଯାଇଛି। ଦୁର୍ଘଟଣାର ଭିଡିଓ ଫୁଟେଜରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ଦୁଇଟି ଭାରୀ ଟ୍ରକ ଧକ୍କା ହେବା ଫଳରେ ଗୋଟିଏ ଟ୍ରକରେ ନିଆଁ ଲାଗିଯାଇଥିଲା । ଏହି ସମୟ ମଧ୍ୟରେ ଉଭୟ ଟ୍ରକ ମଧ୍ୟରେ କାରଟି ରହିଯାଇଥିଲା ।  

ଆହୁରି ପଢନ୍ତୁ : Delhi Blast : ଦୋଷୀମାନଙ୍କୁ କଠୋର ଦଣ୍ଡ ଦିଆଯିବ : ଶାହ

ଜଣେ ପୁଲିସ ଅଧିକାରୀ କହିଛନ୍ତି, "ଦୁର୍ଘଟଣା କିପରି ଘଟିଲା ତାହା ଆମେ ତଦନ୍ତ କରୁଛୁ। ବର୍ତ୍ତମାନ, ଆମର ପ୍ରାଥମିକତା ହେଉଛି ଆହତମାନଙ୍କୁ ତୁରନ୍ତ ହସ୍ପିଟାଲ ଚିକିତ୍ସା ସୁନିଶ୍ଚିତ କରିବା।" ସେ ଆହୁରି ମଧ୍ୟ କହିଛନ୍ତି ଯେ ଅଗ୍ନିଶମ ବିଭାଗ ଘଟଣାସ୍ଥଳକୁ ପାଣି ଟ୍ୟାଙ୍କର ପଠାଇଛି ଏବଂ ନିଆଁ ଲିଭାଇବା ପାଇଁ ପ୍ରୟାସ ଚାଲିଛି। ଏହି ଭୟଙ୍କର ଦୁର୍ଘଟଣା ବ୍ୟସ୍ତବହୁଳ ରାଜପଥରେ ଟ୍ରାଫିକ୍ ଜାମ୍ ସୃଷ୍ଟି କରିଥିଲା।

ଆହୁରି ପଢନ୍ତୁ : ICSE 10th Exam: ଫେବ୍ରୁଆରି ୧୭ରୁ ଆଇସିଏସଇ ୧୦ମ ବୋର୍ଡ ପରୀକ୍ଷା