ରାସ୍ତାରେ ଜମିଥିବା କାଦୁଅ ପାଣିରେ ଗାଧୋଇ ଭିନ୍ନ ଢଙ୍ଗରେ ପ୍ରତିବାଦ ଜଣାଇଲେ ଏହି ଯୁବକ

Advertisment
ରାସ୍ତାରେ ଜମିଥିବା କାଦୁଅ ପାଣିରେ ଗାଧୋଇ ଭିନ୍ନ ଢଙ୍ଗରେ ପ୍ରତିବାଦ ଜଣାଇଲେ ଏହି ଯୁବକ

ମାଲାପୁରମ: ନିଜ ସମସ୍ୟା ବିଷୟରେ ପ୍ରତିବାଦ ଜଣାଇବାକୁ ଲୋକମାନେ ବିଭିନ୍ନ ପଦ୍ଧତି ଆପଣାନ୍ତି | ଆପଣ ଅନେକ ସମୟରେ ଦେଖିଥିବେ ଖରାପ ରାସ୍ତା ପାଇଁ ପ୍ରତିବାଦ ଜଣାଇବାକୁ ଗ୍ରାମବାସୀମାନେ କାଦୁଅ ରାସ୍ତାରେ ଧାନ ତଳି ଲଗାଇଥାନ୍ତି | ସେହିପରି ଅନେକ ସ୍ଥାନରେ ରାସ୍ତାରେ ଟାୟାର ଜାଳି ମଧ୍ୟ ପ୍ରତିବାଦ କରିଥାନ୍ତି | ତେବେ କେରଳରେ ଏବେ ପ୍ରତିବାଦର ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାହାକୁ ଆପଣ ନ ଦେଖିଲେ ବିଶ୍ୱାସ କରିପାରିବେ ନାହିଁ | ବାସ୍ତବରେ କେରଳର ମାଲାପୁରମରେ ଜଣେ ଯୁବକ କାଦୁଅ ପଚପଚ ରାସ୍ତାକୁ ନେଇ ପ୍ରତିବାଦ ଜଣାଇଛନ୍ତି | ସେ ରାସ୍ତାରେ ହୋଇଥିବା ଗର୍ତ୍ତକୁ ମରାମତି କରିବାକୁ ବାରମ୍ବାର ପ୍ରଶାସନକୁ ଅନୁରୋଧ କରିଥିଲେ |


ତେବେ ପ୍ରଶାସନ ନ ଶୁଣିବାରୁ ଆଜି ସେ ଗର୍ତ୍ତରେ ଭର୍ତ୍ତି ହୋଇଥିବା କାଦୁଅ ପାଣିରେ ସ୍ନାନ କରିଥିଲେ | ଆଉ ଏହି ସମୟରେ ସେହି ରାସ୍ତା ଦେଇ ସ୍ଥାନୀୟ ବିଧାୟକ ଯାଉଥିବାବେଳେ ଯୁବକଙ୍କ ଏହି କାରନାମା ଦେଖି ଅଟକି ଯାଇଥିଲେ | କେରଳର ମାଲାପୁରମରେ ଏହିଭଳି ପ୍ରତିବାଦ କରୁଥିବା ଯୁବକଜଣକ କହିଛନ୍ତି ଯେ ରାସ୍ତାରେ ଥିବା ଖାଲ ଯୋଗୁଁ ଅନେକ ଦୁର୍ଘଟଣା ଘଟିଛି ତେଣୁ କର୍ତ୍ତୃପକ୍ଷଙ୍କ ନଜରକୁ ଆଣିବା ପାଇଁ ଭିନ୍ନ ଉପାୟରେ ବିରୋଧ କରିବାକୁ ଚିନ୍ତା କରିଥିଲେ। ରାସ୍ତା ମରାମତି ହେଉନଥିବାରୁ ଗର୍ତ୍ତରେ ପାଣି ଭର୍ତ୍ତି ହୋଇଯାଉଛି |

publive-image

ଆଉ ଦୀର୍ଘ ଦିନ ପରେ ବି ଏହାର ମରାମତି ନେଇ କେହି ଚିନ୍ତା କରୁନାହାନ୍ତି | ଏହି ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଯୁବକ ଜଣକ ବିଧାୟକଙ୍କ ସାମ୍ନାରେ କାଦୁଅ ପାଣିରେ ଗାଧୋଉଥିବାର ଦେଖିବାକୁ ମିଳିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe