Viral Video: ନେତାଜୀଙ୍କୁ ଅସମ୍ମାନ: ଅଭଦ୍ରାମୀର ସବୁ ସୀମା ଟପିଗଲେ, ସୁଭାଷ ବୋଷଙ୍କ ଚିତ୍ରରେ ପରିସ୍ରା କଲେ ଯୁବକ... ଭାଇରାଲ ହେଲା ଭିଡ଼ିଓ

Advertisment

ବିହାର କୋର୍ଟ ପରିସରରୁ ଏ ଦୃଶ୍ୟ ସାମ୍ନାକୁ ଆସିଥିବା ବେଳେ ଭିଡ଼ିଓରୁ ଯୁବକ ଜଣଙ୍କ ଶିକ୍ଷିତ ଏବଂ ଓକିଲ ପରି ଲାଗୁଥିଲେ ହେଁ ତାଙ୍କ ପରିଚୟ ସ୍ପଷ୍ଟ ହୋଇନି । ମାତ୍ର ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତି ଏଭଳି ଅପମାନ

ବିହାର କୋର୍ଟ ପରିସରରୁ ଏ ଦୃଶ୍ୟ ସାମ୍ନାକୁ ଆସିଥିବା ବେଳେ ଭିଡ଼ିଓରୁ ଯୁବକ ଜଣଙ୍କ ଶିକ୍ଷିତ ଏବଂ ଓକିଲ ପରି ଲାଗୁଥିଲେ ହେଁ ତାଙ୍କ ପରିଚୟ ସ୍ପଷ୍ଟ ହୋଇନି । ମାତ୍ର ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତି ଏଭଳି ଅପମାନ

Bihar

Bihar Photograph: (sambad.in)

ପାଟଣା: ଆସିଲେ, କାନ୍ଥପାଖେ ଛିଡ଼ା, ଏଣେତେଣେ ଚାହିଁ ସିଧା ପରିସ୍ରା କରିବାକୁ ଲାଗିଲେ । ରାସ୍ତା କଡ଼ରେ ଯୁବକଙ୍କୁ ପରିସ୍ରା କରୁଥିବା ଦେଖି ଉତ୍ୟକ୍ତ ହୋଇଥିଲେ ଲୋକେ ଆଉ ସଙ୍ଗେସଙ୍ଗେ ବିରୋଧ ବି କରିଥିଲେ । କାରଣ ଯୁବକ ଜଣଙ୍କ ଯେଉଁ କାନ୍ଥ ଉପରେ ପରିସ୍ରା କରୁଥିଲେ ସେଠି ଥିଲା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଚିତ୍ର । ଯାହାକୁ ଅପମାନ କରି, ଅତି ଅଭଦ୍ରାମୀର ସହ ପରିସ୍ରା କରିଚାଲିଥିଲେ ଏ ଧଳାପୋଷାକ ପିନ୍ଧା ଯୁବକ ଜଣଙ୍କ । ପଚାରିବାରୁ ସେ ବେଖାତିର କରି ଚାଲିଯାଇଥିଲେ ।

ବିହାର କୋର୍ଟ ପରିସରରୁ ଏ ଦୃଶ୍ୟ ସାମ୍ନାକୁ ଆସିଥିବା ବେଳେ ଭିଡ଼ିଓରୁ ଯୁବକ ଜଣଙ୍କ ଶିକ୍ଷିତ ଏବଂ ଓକିଲ ପରି ଲାଗୁଥିଲେ ହେଁ ତାଙ୍କ ପରିଚୟ ସ୍ପଷ୍ଟ ହୋଇନି । ମାତ୍ର ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତି ଏଭଳି ଅପମାନ, ଏଭଳି ଅସମ୍ମାନ ଆଉ ତାଙ୍କ ଆଚରଣର ଏ ଭିଡ଼ିଓ ସୋସିଆଲ ମିଡିଆରେ ନିଆଁ ପରି ଭାଇରାଲ ହୋଇଛି । ଯେଉଁଠି ଯୁବକଙ୍କ ସିଭିକ୍ ସେନ୍ସ ଉପରେ ପ୍ରଶ୍ନ ଚିହ୍ନ ଉଠିଛି । 

କୋର୍ଟ କାନ୍ଥରେ ଅଙ୍କାଯାଇଥିବା ନେତାଜୀଙ୍କ ଚିତ୍ର ଉପରେ ଯେତେବେଳେ ଯୁବକ ଜଣଙ୍କ ପରିସ୍ରା କରୁଥିଲେ ସେତେବେଳେ ଜଣେ ଭିଡିଓ କରି ତାଙ୍କୁ ଏ କଣ କରୁଛ ବୋଲି ପଚାରିବାରୁ ଜବାବରେ ଯୁବକ କହିଥିଲେ- କଣ ହେଲା ! ମୁଁ ଦେଖିନଥିଲି, ଏବେ ଦେଖିଲି… । ଯାହା ଚୋର ମୁହଁ ଟାଣର ପରିଚୟ ଦେଉଛି । 

ଯଦିଓ ଭିଡିଓଟି କେବେର ତାହା ସ୍ପଷ୍ଟ ଜଣାପଡିନି ମାତ୍ର ନେତାଜୀଙ୍କ ପରି ସ୍ବାଧୀନତା ସଂଗ୍ରାମୀ ଆଉ ଏ ଦେଶର ପରିଚୟଙ୍କ ପ୍ରତି ଏ କି ସମ୍ମାନ, ଏ କି ବ୍ୟବହାର ବୋଲି ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe