ଏକାକୀ ଲଢ଼ି ପାହାଡ଼ୀ ସିଂହର ଶ୍ୱାସରୁଦ୍ଧ କରି ମାରି ପକାଇଲେ ଦୌଡ଼ାଳି

Advertisment
ଏକାକୀ ଲଢ଼ି ପାହାଡ଼ୀ ସିଂହର ଶ୍ୱାସରୁଦ୍ଧ କରି ମାରି ପକାଇଲେ ଦୌଡ଼ାଳି

ଡେନ୍‌ଭର୍‌: ଯୁକ୍ତରାଷ୍ଟ୍ର ଆମେରିକାର ଉତ୍ତର କଲରାଡୋର ଏକ ବଣୁଆ ରାସ୍ତାରେ ଦୌଡୁଥିବା ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରିଥିବା ଗୋଟାଏ ପାହାଡ଼ୀ ସିଂହ ସହ ଲଢ଼ି ତା’ର ଶ୍ୱାସରୁଦ୍ଧ କରି ସେ ବ୍ୟକ୍ତି ମାରି ପକାଇଥିବା କଥା ମଙ୍ଗଳବାର ଦିନ ବଣ୍ୟଜନ୍ତୁ ଅଧିକାରୀମାନେ କହିଛନ୍ତି।

ସୋମବାର ଦିନ ଫୋର୍ଟ କୋଲିନ୍‌ସ୍‌ ନିକଟରେ ଥିବା ହର୍ସଟୁଥ୍‌ ମାଉଣ୍ଟେନ୍‌ ଓପେନ୍‌ ସ୍ପେସ୍‌ ଠାରେ ଏକାକୀ ଦୌଡୁଥିବା ବେଳେ ତାଙ୍କ ପଛରେ କେହି ଅନୁସରଣ କରୁଥିବା କଥା ସନ୍ଦେହ କରି ପଛକୁ ବୁଲିପଡ଼ିବା ବେଳେ ପାହାଡ଼ୀ ସିଂହ ତାଙ୍କୁ ଆକ୍ରମଣ କରିଥିଲା ବୋଲି କଲରାଡୋ ପାର୍କସ୍‌ ଆଣ୍ଡ୍‌ ଓ୍ଵାଇଲ୍‌ଡ୍‌ ଲାଇଫ୍‌ ତରଫରୁ କୁହାଯାଇଛି।

ତରୁଣ ସିଂହଟି ଦୌଡୁଥିବା ସେ ବ୍ୟକ୍ତିଙ୍କର ମୁହଁ ଓ ମଣିବନ୍ଧକୁ କାମୁଡ଼ି ପକାଇଛି। ଲୋକଟି ସିଂହ କବଳରୁ ଖସିଯାଇ ତାକୁ ମାରିବାକୁ ସମର୍ଥ ହୋଇଥିଲା।

ସାଙ୍ଘାତିକ କ୍ଷତାକ୍ତ ହୋଇଥିବା ଉକ୍ତ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଘଟୁଥିବା ଜଣାଡ଼ିଛି। ସେ ସିଂହଟିକୁ ଶ୍ୱାସରୁଦ୍ଧ କରି ମାରିଥିବା କଥା ତଦନ୍ତକାରୀଙ୍କୁ କହିଛନ୍ତି। ତାହା ସତ୍ୟ ବୋଲି ବ୍ୟବଚ୍ଛେଦରୁ ଜଣାପଡ଼ିଛି। ସିଂହଟିର ବୟସ ଏକ ବର୍ଷରୁ କମ୍‌ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe