ପାଣିପାଗ ବିଭାଗ କଲା ସତର୍କ: ଭାରତକୁ ମାଡ଼ି ଆସୁଛି ବିଶାଳକାୟ ଧୂଳି ଝଡ଼

Advertisment
ପାଣିପାଗ ବିଭାଗ କଲା ସତର୍କ: ଭାରତକୁ ମାଡ଼ି ଆସୁଛି ବିଶାଳକାୟ ଧୂଳି ଝଡ଼

ନୂଆଦିଲ୍ଲୀ: ଭାରତୀୟ ପାଣିପାଗ ବିଭାଗ କଲା ସତର୍କ। ଭାରତକୁ ମାଡ଼ି ଆସୁଛି ବିଶାଳକାୟ ଧୂଳି ଝଡ଼। ପାକିସ୍ତାନର କରାଚୀରେ ତାଣ୍ଡବ ରଚିବା ପରେ ଏବେ ଭାରତ ମୁହାଁ‌ ହୋଇଛି ଧୂଳି ଝଡ଼। ଭାରତର ଦକ୍ଷିଣ ରାଜସ୍ଥାନ ଓ ଗୁଜୁରାଟରେ ଏହାର ଗଭୀର ପ୍ରଭାବ ପଡ଼ିବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ଏନେଇ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି। ଆଗାମୀ ୧୨ଘଣ୍ଟା ପର୍ଯ୍ୟନ୍ତ ଧୂଳି ଝଡ଼ର ପ୍ରଭାବ ରହିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି।

ଶନିବାର ଅପରାହ୍ନରୁ ସୌରାଷ୍ଟ୍ର ଉପକୂଳରେ ଧୂଳି ଝଡ଼ ବଢ଼ିବାରେ ଲାଗିଛି। ଏହାର ପ୍ରଭାବରେ ଦ୍ୱାରକା ଷ୍ଟେସନରେ ଦୃଶ୍ୟମାନତା ୪୦୦ମିଟରକୁ ଖସି ଆସିବା ସହ  ପୋରବନ୍ଦରରେ ଦୃଶ୍ୟମାନତା ୧କିଲୋମିଟରରୁ କମ ରହିଛି, ଯେଉଁଠି ପବନର ବେଗ ଘଣ୍ଟା ପ୍ରତି ୧୦କିଲୋମିଟରରୁ ଅଧିକ ରହିଛି।

dust storm indiatimes

ସୂଚନା ମୁତାବକ, ଶନିବାର ସକାଳେ ପଶ୍ଚିମ ପାକିସ୍ଥାନରୁ ଏକ ବଡ଼ ଧରଣର ଧୂଳି ଝଡ଼ ଆସିବାରୁ କରାଚୀରେ ସାଧାରଣ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା। ଏହା ସହ ଦୃଶ୍ୟମାନତା ୫୦୦ ମିଟରରୁ କମ୍ ହୋଇଯାଇଥିଲା। ତେବେ ଏହି ଧୂଳି ଝଡ଼ ଦକ୍ଷିଣ ରାଜସ୍ଥାନ ଓ ଗୁଜୁରାଟରେ ପ୍ରଭାବ ପକାଉଥିଲେ ବି ଦିଲ୍ଲୀରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ଜଣାପଡ଼ିଛି।

ଏହା ପୂର୍ବରୁ ୨୦୧୮ରେ ରାଜସ୍ଥାନର ବିିଭିନ୍ନ ଅଞ୍ଚଳରେ ଭୀଷଣ ଧୂଳି ଯୋଗୁଁ ଅନ୍ୟୂନ ୨୨ ଜଣ ଲୋକଙ୍କ ମୃତ୍ୟୁ ଘଟିବା ସହ ୧୦୦ ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଆହତ ହୋଇଥିଲେ। ଭରତପୁର, ଅଲ୍‌ଓ୍ଵାର୍‌ ଏବଂ ଢୋଲପୁର ଜିଲ୍ଲାରେ ଶହ ଶହ ଗଛ ଓ ବିଜୁଳି ଖୁଣ୍ଟ ଉପୁଡ଼ି ଯିବା ସହ ଅନ୍ୟାନ୍ୟ ବହୁ କ୍ଷୟକ୍ଷତି ଘଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe