ବଡ଼ୋଦରା: ଗୁଜରାଟର ବଡ଼ୋଦରାସ୍ଥିତ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ (ଆଇଓସିଏଲ୍) ବିଶୋଧନାଗାରରେ ବିସ୍ଫୋରଣ ପରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ନିଆଁ ଏତେ ଭୀଷଣଭାବେ ଲାଗିଛି ଯେ ରିଫାଇନାରୀରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳୁଛି। ଅନେକ କିଲୋମିଟର ଦୂରରୁ ଧୂଆଁ ଦେଖିବାକୁ ମିଳୁଛି।
ଖବରପାଇ ବଡ଼ୋଦରା ପୋଲିସ ଏବଂ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବା ପାଇଁ କାମ କରୁଛନ୍ତି । ଏହାବ୍ୟତୀତ ବିଶୋଧନାଗାର କର୍ମଚାରୀଙ୍କୁ ସ୍ଥାନାନ୍ତର କରାଯାଉଛି। କେତେ କର୍ମଚାରୀ ଭିତରେ ଫସି ରହିଛନ୍ତି ସେ ନେଇ କୌଣସି ସୂଚନା ମିଳିପାରିନାହିଁ।
ପ୍ରାଥମିକ ସୂଚନା ଅନୁଯାୟୀ, ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ (ଆଇଓସିଏଲ୍) ବିଶୋଧନାଗାରରେ ଥିବା ୧୦୦୦ କିଲୋଲିଟର ବେଞ୍ଜିନ୍ ଟାଙ୍କିରେ ଅଗ୍ନିକାଣ୍ଡ ଘଟିଛି। ତେବେ କିପରି ଅଗ୍ନିକାଣ୍ଡ ଘଟିଲା ସେ ନେଇ କମ୍ପାନି କୌଣସି ସୂଚନା ଦେଇନାହିଁ। ସେମାନେ କେବଳ ତଦନ୍ତ କଥା କହୁଛନ୍ତି। ସେପଟେ ଆଇଓସିଏଲରେ ଅଗ୍ନିକାଣ୍ଡ ଖବର ପାଇ ବଡ଼ୋଦରା ଜିଲ୍ଲାପାଳ, ଏସପି ଏବଂ ଅନ୍ୟ ପୁଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ତୁରନ୍ତ ଆଇଓସିଏଲର ଅଗ୍ନି ନିରାପତ୍ତା ଟିମ୍ ଏବଂ ବଡ଼ୋଦରା ଅଗ୍ନିଶମ ବାହିନୀ ଟିମ୍ ନିଆଁ ଲିଭାଇବା ଆରମ୍ଭ କରିଥିଲେ। ସେମାନେ ଫସି ରହିଥିବା କର୍ମଚାରୀଙ୍କୁ ବିଶୋଧନାଗାରରୁ ବାହାର କରିବା ଆରମ୍ଭ କରିଥିଲେ।
Follow Us