ପିଥୋରାଗଡ଼ରେ ଭୟଙ୍କର ଭୂସ୍ଖଳନ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଉତ୍ତରାଖଣ୍ଡର ପିଥୋରାଗଡ଼ରେ ଭୟଙ୍କର ଭୂସ୍ଖଳନ ହୋଇଛି। ଧାରଚୁଲା-ତୱାଘାଟ ଜାତୀୟ ରାଜପଥରେ ହୋଇଥିବା ଏହି ଭୂସ୍ଖଳନରେ କୌଣସି ଜୀବନହାନୀ ହୋଇନାହିଁ । ତେବେ ଭୂସ୍ଖଳନ ପରେ ଅନେକ ଯାନବାହନ ଏଠାରେ ଅଟକି ରହିଛି।

pithoragarh

ପିଥୋରାଗଡ଼: ଉତ୍ତରାଖଣ୍ଡର ପିଥୋରାଗଡ଼ରେ ଭୟଙ୍କର ଭୂସ୍ଖଳନ ହୋଇଛି। ଧାରଚୁଲା-ତୱାଘାଟ ଜାତୀୟ ରାଜପଥରେ ଏହି ଭୂସ୍ଖଳନ ଘଟିଛି। ଭୂସ୍ଖଳନ ପରେ ଅନେକ ଯାନବାହନ ଏଠାରେ ଅଟକି ରହିଛି। ଭୂସ୍ଖଳନ ଏତେ ଭୟଙ୍କର ଥିଲା ଯେ ଚାରିଆଡ଼େ ଧୂଳିର ମେଘ ପଡ଼ିଥିଲା। ଶହ ଶହ ଲୋକ ନିଜ ଜୀବନ ବଞ୍ଚାଇବା ପାଇଁ ଏଠାରେ ଦୌଡ଼ିବାକୁ ଲାଗିଲେ। ସୌଭାଗ୍ୟବଶତଃ ଭୂସ୍ଖଳନ ଘଟିବା ସମୟରେ କୌଣସି ଗାଡ଼ି ଏହା ଦେଇ ଯାଉନଥିଲା, ନଚେତ୍ ବଡ଼ ଧରଣର ଦୁର୍ଘଟଣା ଘଟିଥାନ୍ତା। 

ତେବେ ସୂଚନା ଅନୁସାରେ ଏହି ଭୂସ୍ଖଳନ ପ୍ରାକୃତକ କାରଣରୁ ନୁହେଁ ବରଂ ମନୁଷ୍ୟକୃତ କାରଣରୁ ହୋଇଥିଲା । ରାଜପଥରେ କାମ କରୁଥିବା ହିଲୱେଜ୍ କମ୍ପାନି ଡିନାମାଇଟ୍ ବିସ୍ଫୋରଣ କରି ପଥର ଭାଙ୍ଗୁଥିଲା । ଫଳରେ ପୂରା ଚଟାଣ ଫାଟି ଯିବା ସହ ଭୂସ୍ଖଳନ ଘଟିଥିଲା।

ତେବେ ସୂଚନା ଅନୁସାରେ ଏହି ଭୂସ୍ଖଳନ ପ୍ରାକୃତକ କାରଣରୁ ନୁହେଁ ବରଂ ମନୁଷ୍ୟକୃତ କାରଣରୁ ହୋଇଥିଲା । ରାଜପଥରେ କାମ କରୁଥିବା ହିଲ୍ ୱେଜ୍ କମ୍ପାନି ଡିନାମାଇଟ୍ ବିସ୍ଫୋରଣ କରି ପଥର ଭାଙ୍ଗୁଥିଲା । ଫଳରେ ପୂରା ଚଟାଣ ଫାଟି ଯିବା ସହ ଭୂସ୍ଖଳନ ଘଟିଥିଲା। ତେବେ ପୂର୍ବରୁ ଏ ନେଇ ସତର୍କତା ଜାରି କରାଯାଇଥିବାରୁ ବିସ୍ଫୋରଣ ସମୟରେ ଉକ୍ତ ଅଂଚଳରେ ସୀମିତ ସଂଖ୍ୟକ ଲୋକ ଓ ଯାନବାହାନ ଥିଲେ । 

ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଏହି ଘଟଣାକୁ ଗୁରୁତ୍ବ ଦେଇ ଯଥାଶୀଘ୍ର ରାସ୍ତା ଖୋଲିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯଥାଶୀଘ୍ର ରାସ୍ତା ଖୋଲିବା ସହ ଆବର୍ଜନା ହଟାଇବା ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନ ଓ ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe