ନୂଆଦିଲ୍ଲୀ : ଆଜି ସଂସଦ ଭବନରେ ଏନଡିଏ ସଂସଦୀୟ ଦଳର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ସମସ୍ତ ଏନଡିଏ ସାଂସଦ ବୈଠକରେ ଯୋଗ ଦେଇଥିଲେ। ବିହାର ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଭାବଶାଳୀ ବିଜୟ ପାଇଁ ଏନଡିଏ ନେତାମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମ୍ମାନିତ କରିଥିଲେ। ବୈଠକ ସମୟରେ ପ୍ରଧାନମନ୍ତ୍ରୀ ସାଂସଦମାନଙ୍କୁ ସମ୍ବୋଧିତ କରିଥିଲେ ଏବଂ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ।
ଆହୁରି ପଢନ୍ତୁ : Barabati T-20 : ମହାପ୍ରଭୁଙ୍କ ଦର୍ଶନ କଲେ ଟିମ ଇଣ୍ଡିଆ ଖେଳାଳି
ଏହି ଅବସରରେ ସେ ଯୁବପିଢ଼ିଙ୍କ ସହ ଯୋଡ଼ି ହେବାକୁ ସାଂସଦମାନଙ୍କୁ ମଧ୍ୟ ଅନୁରୋଧ କରିଥିଲେ। କିରେନ ରିଜିଜୁ କହିଥିଲେ ଯେ ବୈଠକରେ ମୁଖ୍ୟତଃ ଦେଶର ପ୍ରତ୍ୟେକ କ୍ଷେତ୍ରରେ ସଂସ୍କାରକୁ କିପରି ଆଗକୁ ବଢ଼ାଯିବ ତାହା ଉପରେ ଧ୍ୟାନ ଦିଆଯାଇଥିଲା।
ପ୍ରଧାନମନ୍ତ୍ରୀ ମୋଦୀ ସମସ୍ତ ସାଂସଦଙ୍କୁ ସେମାନଙ୍କ ନିଜ ନିଜ ରାଜ୍ୟ ଏବଂ ଅଞ୍ଚଳ ପାଇଁ କ'ଣ କରିବାକୁ ପଡିବ ସେ ବିଷୟରେ ସୂଚନା ଦେଇଥିଲେ। ସେ କେବଳ ଆର୍ଥିକ ସଂସ୍କାର ନୁହେଁ, ବରଂ ପ୍ରତ୍ୟେକ କ୍ଷେତ୍ରରେ ସଂସ୍କାର ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ। ପ୍ରଧାନମନ୍ତ୍ରୀ ସାଂସଦମାନଙ୍କୁ ଲୋକଙ୍କ ଜୀବନକୁ ସହଜ କରିବା ପାଇଁ କାମ କରିବାକୁ ଅନୁରୋଧ କରିଥିଲେ।
ଆହୁରି ପଢନ୍ତୁ : India VS South Africa Match: ସମାନ ଟିମ୍...ସମାନ ସ୍ଥାନ, ମଧୁର ହେବ କି ୧୦ବର୍ଷ ତଳର ତିକ୍ତ ଅନୁଭୂତି?
ସଂସଦରେ ଆଜି ଏସଆଇଆର ଉପରେ ଚର୍ଚ୍ଚା
ଆଜି ସଂସଦରେ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର ଭୋଟରତାଲିକା ସଂଶୋଧନ ବା ଏସଆଇଆର ସଂପର୍କରେ ଚର୍ଚ୍ଚା ହେବ । ଏହି ପ୍ରସଙ୍ଗରେ କଂଗ୍ରେସ, ତୃଣମୂଳ କଂଗ୍ରେସ, ସମାଜବାଦୀ ପାର୍ଟି, ରାଷ୍ଟ୍ରୀୟ ଜନତା ଦଳ ଆଦି ପ୍ରମୁଖ ବିରୋଧୀ ଦଳମାନେ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତି କରିଛନ୍ତି । ଏହାକୁ ନେଇ ସଂସଦ ସରଗରମ ଆଲୋଚନା ହେବାର ସମ୍ଭାବନା ରହିଛି । ଏହିଦୃଷ୍ଟିରୁ ଏନଡିଏ ସଂସଦୀୟ ଦଳ ବୈଠକକୁ ଗୁରୁତ୍ବ ଦିଆଯାଉଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/12/09/modi-2025-12-09-02-03-00.jpg)