ଭୁବନେଶ୍ବର : ଆଜି (ଡିସେମ୍ବର ୯, ୨୦୨୫)ରେ କଟକର ବାରବାଟି ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା (India Vs SA) ମଧ୍ୟରେ ଚଳିତ ସିରିଜର ପ୍ରଥମ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳାଯିବ । ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ସ୍ତରରେ ପହଞ୍ଚିଛି । ଏହା ପୂର୍ବରୁ ଆଜି ସକାଳେ ଟିମ ଇଣ୍ଡିଆର କିଛି ଖେଳାଳି ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ପୁରୀ ଯାଇଥିବା ଖେଳାଳିମାନେ ହେଲେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ, ତାଙ୍କ ଧର୍ମପତ୍ନୀ, ତିଳକ ବର୍ମା, ଜିତେଶ ଶର୍ମା ।

Advertisment

ଆହୁରି ପଢନ୍ତୁ :IPL 2026 : ୧୬ରେ ନିଲାମ, ଭାଗ ନେବେ ୩୫୦ ଖେଳାଳି

ସେମାନଙ୍କ ସହ କୋଚ ଗୌତମ ଗମ୍ଭୀର ଓ ଟିମର କେତେକ ସପୋର୍ଟ ଷ୍ଟାଫ ଅଛନ୍ତି । ସୂଚନା ଅନୁସାରେ ଖେଳାଳିମାନେ ପୂର୍ବାହ୍ମ ସାଢେ ୧୦ଟା ସମୟରେ ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ଖେଳାଳିମାନଙ୍କ ଶ୍ରୀମନ୍ଦିର ଗସ୍ତକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା ଓ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । 

ଆହୁରି ପଢନ୍ତୁ :Mohit Chauhan : ସଂଗୀତ ପରିବେଷଣ ସମୟରେ ମଞ୍ଚରୁ ଖସିପଡ଼ିଲେ ମୋହିତ ଚୌହାନ୍

ଏହା ପୂର୍ବରୁ ବିଶାଖାପାଟଣାରେ ଅନୁଷ୍ଠିତ ଭାରତ-ଦକ୍ଷିଣ ଆଫ୍ରିକା ୩ୟ ଦିନିକିଆ ପରେ ତାରକା ଖେଳାଳି ବିରାଟ କୋହଲି, ଓ୍ବାସିଂଟନ ସୁନ୍ଦର ପ୍ରସିଦ୍ଧ ବରାହଲକ୍ଷ୍ମୀ ନରସିଂହ ସ୍ବାମୀ ମନ୍ଦିର ଯାଇ ଦର୍ଶନ କରିଥିଲେ ।