ଦିଲ୍ଲୀ ବାର୍‌ରେ ନାବାଳକଙ୍କୁ ଗୁଳିକରି ହତ୍ୟା

ଦିଲ୍ଲୀ ବାର୍‌ରେ ନାବାଳକଙ୍କୁ ଗୁଳିକରି ହତ୍ୟା

Twitter

ନୂଆଦିଲ୍ଲୀ: ଦିଲ୍ଲୀର ଏକ ବାର୍‌ରେ ଆଜି ଜଣେ ୧୭ ବର୍ଷୀୟ କିଶୋରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଦକ୍ଷିଣ ପୂର୍ବ ଦିଲ୍ଲୀର ଗୋବିନ୍ଦପୁରୀ ଅଞ୍ଚଳରେ ଥିବା ଥିବା ଏକ ହୁକା ବାର୍‌ରେ ଆଜି ଏହି ଘଟଣା ଘଟିଛି। ନାବାଳକଙ୍କ ମୁଣ୍ଡକୁ ଗୁଳି କରି ହତ୍ୟା କରାଯାଇଛି। ହତ୍ୟାର ଶିକାର ହୋଇଥିବା ନାବାଳକଙ୍କ ନାମ କୁନାଲ।

ଅନ୍ୟଜଣେ ନାବାଳକ ରାହୁଲ ମଧ୍ୟ ଉକ୍ତ ଘଟଣ‌ାରେ ଆହତ ହୋଇଛନ୍ତି। ଆଜି ଅପରାହ୍ନ ୩.୧୫ ସମୟରେ ଏହି ଘଟଣା ଘଟିଛି। ବାର୍‌ଟି ସରକାରୀ ଭାବେ ବନ୍ଦ ହୋଇଥିଲେ ସୁଦ୍ଧା ଏହା ଗୁପ୍ତ ଭାବେ ଚାଲୁଥିଲା। ତେବେ କେଉଁ କାରଣ ପାଇଁ ଗୁଳିକାଣ୍ଡ ହୋଇଥିଲା ତାହା ଜଣାପଡ଼ିଛି। ଉକ୍ତ ଘଟଣାର ତଦନ୍ତ ଚାଲିଛି ବୋଲି ଦିଲ୍ଲୀ ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe