Rohini acharya: ଜଣେ ମା’ ଅପମାନିତ ହୋଇଛନ୍ତି: ରୋହିଣୀ

ଆରଜେଡି ସୁପ୍ରିମୋ ତଥା  ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ଗତକାଲି ତାଙ୍କ ପରିବାର ସହ ସବୁ ସମ୍ପର୍କ କାଟି ଦେଇଛନ୍ତି ବୋଲି ଘୋଷଣା‌ କରିଥିଲେ।

rohini

ପାଟନା: ଆରଜେଡି ସୁପ୍ରିମୋ ତଥା  ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ଗତକାଲି ତାଙ୍କ ପରିବାର ସହ ସବୁ ସମ୍ପର୍କ କାଟି ଦେଇଛନ୍ତି ବୋଲି ଘୋଷଣା‌ କରିଥିଲେ। ଆଜି ରୋହିଣୀ ତାଙ୍କ ପରିବାର ସଦସ୍ୟ ତଥା ତାଙ୍କ ଭାଇ ତେଜସ୍ବୀ ଯାଦବଙ୍କ ବିରୋଧରେ ଅତି ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ରୋହିଣୀ କହିଛନ୍ତି, ତାଙ୍କୁ ଘରୁ ତଡ଼ି ଦିଆଯାଇଛି। ତାଙ୍କ ବିରୋଧରେ ଅଶାଳୀନ ଶବ୍ଦ ବ୍ୟବହାର କରାଯାଇଛି ଏବଂ ତାଙ୍କୁ ଜୋତାରେ ପିଟିବାପାଇଁ ମଧ୍ୟ ଉଦ୍ୟମ କରାଯାଇଛି।  ବିହାର ବିଧାନସଭା ନିର୍ବାଚନରେ ଆର୍‌ଜେଡିର ଶୋଚନୀୟ ପରାଜୟ ପରେ ରୋହିଣୀ ଆଚାର୍ଯ୍ୟ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି।  ଯାହା ଘଟିଗଲା ସେଥିପାଇଁ ରୋହିଣୀ ସଞ୍ଜୟ ଯାଦବ ଏବଂ ରମିଜଙ୍କୁ ଦାୟୀ କରିଛନ୍ତି। 

ସୋ‌ସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ୍‌ କରି ରୋହିଣୀ ଆଚାର୍ଯ୍ୟ ଲେଖିଛନ୍ତି, ‘ଗତକାଲି, ଜଣେ ଝିଅ, ଜଣେ ଭଉଣୀ, ଜଣେ ବିବାହିତ ମହିଳା, ଜଣେ ମା’ ଅପମାନିତ ହୋଇଛନ୍ତି।  ତାଙ୍କ ବିରୋଧରେ ଅଶାଳୀନ ଶବ୍ଦ ବ୍ୟବହାର କରାଯାଇଛି।  ବାଡ଼େଇବାପାଇଁ ଚପଲ ଉଠାଯାଇଛି। ରୋହିଣୀ କହିଛନ୍ତି, ମୋ ଆତ୍ମସମ୍ମାନରେ ମୁଁ କେବେ ବି ସାଲିସ କରିନାହିଁ। ମୁଁ ଏଥିପାଇଁ ସତ୍ୟକୁ କେବେ ବି ସମର୍ପଣ କରିନାହିଁ।  ସେଥିପାଇଁ ମତେ ଏହି ଅପମାନ ସହିବାକୁ ପଡ଼ିଲା। ସେ କହିଛନ୍ତି, ଗତକାଲି ଗୋଟିଏ ଝିଅକୁ ନିଜ କାନ୍ଦୁଥିବା ବାପା ମା’ ଏବଂ ଭଉଣୀଙ୍କୁ ଛାଡ଼ିବାକୁ ପଡ଼ିଲା।  ସେମାନେ ମୋତେ ମୋ ମା’ଙ୍କ ଘରୁ ତଡ଼ିଦେଲେ। ସେମାନେ ମତେ ଅନାଥ କରିଦେଲେ। 

ଅଶାଳୀନ ଭାଷା ବ୍ୟବହାର କରାଯାଇଛି, ଘରୁ ତଡ଼ି ଦିଆଯାଇଛି
କୁହାଯାଇଛି ‘ମଇଳା କିଡନି’ ବଦଳରେ କୋଟିକୋଟି ଟଙ୍କା ନେଇଛି
ବଦଳରେ ଲୋକସଭା ଟିକେଟ୍‌ ପାଇଛି

ଦ୍ବିତୀୟ ପୋଷ୍ଟ୍‌ରେ ରୋହିଣୀ ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି ଯେ ତାଙ୍କୁ କୁହାଯାଇଥିଲା ଯେ  ସେ ତାଙ୍କ ବାପା ଲାଲୁ ଯାଦବଙ୍କୁ ‘ମଇଳା କିଡନି’ ଦେବା ବଦଳରେ କୋଟିକୋଟି ଟଙ୍କା ପାଇଛନ୍ତି ଏବଂ ଲୋକସଭା ନିର୍ବାଚନ ପାଇଁ ଟିକେଟ୍‌ ପାଇଛନ୍ତି। ସେ କହିଛନ୍ତି, ଗତକାଲି ମତେ ‘ମଇଳା’ କୁହାଯାଇଛି ଏବଂ ମୁଁ ମୋ ବାପାଙ୍କୁ ମଇଳା କିଡନି ଦେବା ବଦଳରେ କୋଟି କୋଟି ଟଙ୍କା ପାଇଛି ବୋଲି ସେମାନେ କହିଛନ୍ତି। ‌ ‘ମୁଁ ମୋ ବାପାଙ୍କୁ କିଡ଼ନି ଦେଇ ତାଙ୍କ ଜୀବନ ବଞ୍ଚାଇଲି।   ମୁଁ ମୋ ପରିବାର, ମୋ ୩ ପିଲାଙ୍କ ଖୁସି ସହ ସାଲିସ କରି କଡିନି ଦେଇଛି।  କିଡନି ଦାନ କଲାବେଳେ ମୋ ସ୍ବାମୀ ଏବଂ ମୋ ଶାଶୂ ଶ୍ବଶୂରଙ୍କ ଅନୁମତି ନେଲିନାହିଁ।  ମୁଁ କେବଳ ମୋ ଭଗବାନ ଯିଏ ମୋ ବାପା ତାଙ୍କ ଜୀବନ ବଞ୍ଚାଇବା ପାଇଁ ସବୁକିଛି କଲି।  କିନ୍ତୁ ଆଜି ମୋତେ ‘ମଇଳା’ କହୁାଯାଉଛି।  ଆପଣମାନେ କେହି ବି ମୋ ଭଳି ଭୁଲ୍‌ କେବେ କରିବେନି।   ଅନ୍ୟ କୌଣସି ପରିବାରରେ ରୋହିଣୀଙ୍କ ପରି ଝିଅ ଏବଂ ଭଉଣୀ ନରୁହଅନ୍ତୁ।’ ଉଲ୍ଲେଖଯୋଗ୍ୟ, ରୋହିଣୀ ଆଚାର୍ଯ୍ୟ ଡାକ୍ତରୀ ଶିକ୍ଷା‌ ଗ୍ରହଣ କରିଛନ୍ତି। କିନ୍ତୁ ସେ ଗୃହିଣୀ ହେବାପାଇଁ ପସନ୍ଦ କରିଛନ୍ତି ଏବଂ ସ୍ବାମୀଙ୍କ ସହ ସିଙ୍ଗାପୁରରେ ରହନ୍ତି।  ତାଙ୍କ ଶାଶୂ ଘର ଲୋକେ ମୁମ୍ବାଇରେ ରହୁଥିବାରୁ ସେ ମୁମ୍ବାଇ ଯାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe